କିଏ ପାହାନ୍ତିଆରୁ ଉଠି ନିଆଁ ପୁଆଉଛି ତ ଆଉ କିଏ ସକାଳୁ ସକାଳୁ ମର୍ଣ୍ଣର୍ିଂ ୱାକରେ ବାହାରିଛି ତ ଆଉ କିଏ ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଛି । ଗଜପତି ଜିଲ୍ଲା ମୋହନା ଓ ଏହାର ଆଖପାଖ ଅଞ୍ଚଳକୁ ବାହାରିଗଲେ ସବୁଆଡେ ଦେଖିବାକୁ ମିଳୁଛି ଏମିତି କିଛି । ଶୀତ ଆସିଛି ଆଉ ଏହାକୁ ହାତ ଛଡା କରୁନାହାଁନ୍ତି ଲୋକେ । ସକାଳୁ ସକାଳୁ ବାହାରିଯାଉଛନ୍ତି ଶୀତର ମଜା ନେବାଲାଗି । ଘନ କୁହୁଡି ଆବରଣରେ ଢାଙ୍କି ହୋଇ ରହୁଛି ଶୀତୁଆ ସକାଳ। ଏଠାକାର ପ୍ରାକୃତିକ ସୌନ୍ଦର‌୍ୟ୍ୟକୁ ଦ୍ଵିଗୁଣିତ କରିଦେଇଛି ଶୀତ। ଚଳିତ ବର୍ଷ ମୋହନା ଅଞ୍ଚଳ କୁ ଶୀତ ବିଳମ୍ବରେ ଛୁଇଁଥିବା ବେଳେ କୁହୁଡ଼ି ଓ କାକର ଭିଜା ସକାଳର ପରିବେଶ ସତେ ଯେମିତି ଜୀବନ୍ତ ହୋଇପଡିଛି । ହାଲକା ହାଲକା ଶୀତରେ ଜୀବନ ପାଇଛନ୍ତି ଗଛ ଲତା ଓ ରଙ୍ଗ ବେରଙ୍ଗର ଫୁଲ । ସକାଳର କୁହୁଡି ଫୁଲରେ ପଡି ରଙ୍ଗିନ ମୋତି ଭାବେ ଝଟକୁଛି ।

LEAVE A REPLY

Please enter your comment!
Please enter your name here