ଦୁର୍ନୀତିରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ତଳେ ରହିଛି. ଇଣ୍ଡିଆ କରପସନ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି. ବିଭିନ୍ନ ରାଜ୍ୟକୁ ନେଇ ହୋଇଥିବା ସର୍ଭେ ଅନୁଯାୟୀ, ଓଡିଶା, କେରଳ, ଗୋଆ, ଗୁଜରାଟ, ହରିୟାଣା ଓ ପଶ୍ଚିମବଙ୍ଗ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ ଦୁର୍ନୀତିଗ୍ରସ୍ତ. ଏହିସବୁ ରାଜ୍ୟରେ 49 ପ୍ରତିଶତ ଲୋକ ଲାଞ୍ଚ ଦେଇଥାନ୍ତି. ସେହିପରି 50 ରୁ 59 ପ୍ରତିଶତ ଲୋକ ଲାଞ୍ଚ ଦେଉଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ. ତେବେ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ରାଜ୍ୟ ତାଲିକାରେ ରହିଛି ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର, ଝାଡଖଣ୍ଡ, ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁ. ଏସବୁ ରାଜ୍ୟଗୁଡିକରେ 60 ପ୍ରତିଶତରୁ ଅଧିକ ଥିବା କୁହାଯାଇଛି. ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ସର୍ଭେ କରାଯାଇଥିଲା.

LEAVE A REPLY

Please enter your comment!
Please enter your name here