ଥଲପତି ବିଜୟଙ୍କ ଦୀର୍ଘ ୨୭ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଛି ଫାଟ । ତାମିଲ ଅଭିନେତା ଓ ଟିଭିକେ ଦଳର ମୁଖ୍ୟ ଥଲପତି ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ୍ ଛାଡ଼ପତ୍ର ପାଇଁ ଚେନଗଲାପଟ୍ଟୁ ପାରିବାରିକ ଅଦାଲତରେ ଆବେଦନ କରିଛନ୍ତି । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି ପୁଅ ସଞ୍ଜୟ ଓ ଝିଅ ଦିବ୍ୟା । ବିଜୟଙ୍କ ବିରୁଦ୍ଧରେ ପତ୍ନୀ ସଙ୍ଗୀତା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ବିଜୟଙ୍କ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ପରକୀୟା ପ୍ରୀତି ଥିବା ପତ୍ନୀ ଅଭିଯୋଗ କରିଛନ୍ତି । ଏହି ଖବର ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏପ୍ରିଲ ୨୦ରେ ଆଗାମୀ ଶୁଣାଣି ହେବ । ୧୯୯୯ ମସିହା ଅଗଷ୍ଟ ୨୫ ତାରିଖରେ ବିଜୟ ଏବଂ ସଙ୍ଗୀତା ବୈବାହିକ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୧୪ ମସିହାରେ ବିଜୟ ତାଙ୍କର ରାଜନୈତିକ ଦଳ, ତାମିଲଗା ଭେଟ୍ଟ୍ରି କାଜାମ ଆରମ୍ଭ କରିଥିଲେ । ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବିଜୟ ଅଭିନୟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ ।














