ଆଦିବାସୀ ଜମି ବିକ୍ରି ଆଇନରେ ସଂଶୋଧର କରି ଅଡୁଆରେ ରାଜ୍ୟ ସରକାର । ବିରୋଧୀଙ୍କ ଗୋଟିଏ ଦାବି, ଆଦିବାସୀଙ୍କ ଜମି ବିକ୍ରି ଆଇନରେ ସଂଶୋଧନ ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ । ଏହାକୁ ନେଇ ବିରୋଧୀ ବିଧାନସଭା ହୁଲସ୍ତୁଲ କରୁଥିବା ବେଳେ ଆଜି ରାଜ୍ୟ କ୍ୟାନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଆଦିବାସୀଙ୍କ ଜମି ବିକ୍ରି ଆଇନରେ ଅଣାଯାଇଥିବା ସଂଶୋଧନ ପ୍ରସ୍ତାବର ତର୍ଜମା ପାଇଁ ଆଦିବାସୀ ଉପଦେଷ୍ଠା ପରିଷଦକୁ ସୁପାରିଶ କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ସଂସଦୀୟ ମନ୍ତ୍ରୀ ବିଧାନସଭାରେ ବିବୃତି ଦେଇଛନ୍ତି । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, କ୍ୟାବିନେଟ ନିଷ୍ପତ୍ତି ପରେ ଆଦିବାସୀଙ୍କ ମଧ୍ୟରେ ଥିବା ସବୁ ଦ୍ବନ୍ଦ୍ବ ଦୂର ହୋଇଛି । ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ବିରୋଧୀ । କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଆଦିବାସୀଙ୍କ ସ୍ବାର୍ଥ ବିରୋଧୀ ଏବଂ ଏହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀମାନେ କିଣି ଆଦିବାସୀଙ୍କୁ ସର୍ବସ୍ବାନ୍ତ କରିଦେବେ । ନିଷ୍ପତ୍ତି ପ୍ରତ୍ୟାହାର କରିବାର ଅଧିକାର କ୍ୟାବିନେଟର ଥିବା ବେଳେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ ଆଦିବାସୀ ଉପଦେଷ୍ଠା ପରିଷଦକୁ ସୁପାରିଶ କରି ସରକାର ପ୍ରସଙ୍ଗକୁ ଅଯଥାରେ ଜଟିଳ କରୁଛନ୍ତି ବୋଲି ବିରୋଧୀ ଆକ୍ଷେପ କରିଛନ୍ତି ।

LEAVE A REPLY

Please enter your comment!
Please enter your name here