ଦେଖା ହେଲା ପ୍ରେମ ହେଲା । ଆଗକୁ ଦର୍ଶକଙ୍କ ନିକଟକୁ ଏମିତି ଏକ ଟ୍ୱିଷ୍ଟ ଲଭ ଷ୍ଟୋରୀ ନେଇଆସୁଛନ୍ତି ନିଦେ୍ର୍ଦଶକ ଟି.ଗଣେଶ । ହୋଟେଲ ସ୍ୱସ୍ତି ପ୍ରିମିୟମରେ ଫିଲ୍ମର ଶୁଭ ମହୁରତ ହୋଇଯାଇଛି । ଫିଲ୍ମରେ ଆକ୍ଟର ଅଭିଷକ ରଥ ଓ ସୁବାଶିଷ ଦୁଇ ହିରୋଙ୍କ ସହ ରୋମାନ୍ସ କରିବେ ଆକ୍ଟ୍ରେସ ରାଗିଣୀ । ଏଥିପାଇଁ ସେ ଭେରି ଏକ୍ସାଇଟେଡ ଅଛନ୍ତି ବୋଲି କହିଛନ୍ତି ବେଙ୍ଗୋଲି ଆକ୍ଟ୍ରେସ ରାଗିଣୀ । ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ନଜର ଆସିବେ ପ୍ରଦୁ୍ୟମ୍ନ ଲେଙ୍କା, ପ୍ରତିଭା ପଣ୍ଡା । ଫିଲ୍ମରେ ଏସ ଚନ୍ଦ୍ରକାନ୍ତ ଗୀତ ଲେଖିଥିବାବେଳେ ଖ୍ୟାତନାମା ଗୀତିକାର ନିର୍ମଳ ନାୟକ , ଅରୁଣ ମନ୍ତ୍ରୀ ସ୍ୱର ସଂଯୋଜନା କରିଛନ୍ତି । ଆଉ ଫିଲ୍ମରେ ଆପଣ ଶୁଣିବାକୁ ପାଇବେ ହୁ୍ୟମାନ ସାଗର, ବିଷ୍ଣୁମୋହନ କବି , ଇରା ମହାନ୍ତି , ଦୀପ୍ତି ଓ ଅର୍ପିତାଙ୍କ ଭଏସ । । ତେବେ ଫିଲ୍ମକୁ ନେଇ ସମସ୍ତେ ବେଶ ଉସôାହିତ ଅଛନ୍ତି ।
ଅନ୍ୟପଟେ ଫିଲ୍ମ ଚକ୍ରବୁ୍ୟହର ପୋଷ୍ଟର ରିଲଜ ହୋଇଛି । ଲିଡ୍ରେ ନବାଗତ ନାୟିକାଙ୍କ ସହ ନଜର ଆସିବେ ଆକ୍ଟର ଜ୍ୟୋତି । ସେହିପରି ବିବାହ ପରେ ପ୍ରଥମ ଥର ମୁ୍ୟଜିକ ଭିଡିଓରେ ନଜରେ ଆସିବେ ରିୟଲ ଲାଇଫ ଯୋଡି ଜିନା-ରୁଦ୍ର। ଏକ ମ୍ୟୁଜିକ୍ ଭିଡିଓ ଆଲବମରେ ଅଭିନୟ କରିଛନ୍ତି ରିୟଲ ଲାଇଫର ଏହି ନବ ଦମ୍ପତ୍ତି । ପ୍ରଯୋଜକ ରମେଶ ବାରିକ ଓ ଅମରେଶ ପତିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ମୁ୍ୟଜିକ ଭିଡିଓ ଆଲବମ ‘ଦିଲବୋଲେ’ରେ ଅନସ୍କ୍ରିନ ରୋମାନ୍ସ କରୁଛନ୍ତି ରୁଦ୍ର ଓ ଜିନା। ଏହି ଆଲବମରେ ସଙ୍ଗୀତ ବୈଦନାଥ ଦାସ ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ। ସ୍ଵର ଦେଇଛନ୍ତି ଓଡ଼ିଶାର ବର୍ତ୍ତମାନର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଦୀପିକା । ଏହି କ୍ରମରେ ଆଜି ହୋଟେଲ ସ୍ଵସ୍ତି ପ୍ରିମିୟରରେ ଦିଲବୋଲେର ଅଡିଓ ରିଲିଜ୍ ହୋଇ ଯାଇଛି। ଏହି ସମୟରେ ‘ଦିଲବୋଲେ’ର ସମସ୍ତ ସଦସ୍ୟ ଓ କଳାକାରଙ୍କ ସହ ବିଶେଷ ଅତିଥି ରୂପେ ଅଲମ୍ପିୟାନ ଦୂତି ଚାନ୍ଦ ଓ ପ୍ରଖ୍ୟାତ ପ୍ରଯୋଜକ ସିଦ୍ଧାର୍ଥ ମାର୍ଥା ଉପସ୍ଥିତ ଥିଲେ। ଏହି ଅଡ଼ିଓ ରିଲିଜର ମୁଖ୍ୟ ଆକର୍ଷଣ ଥିଲା, ଯେତେବେଳେ ନିଜ ଗୀତରେ ଉଭୟ ଜିନା ଓ ରୁଦ୍ର ଡ୍ୟାନ୍ସ କରିଥିଲେ ।

LEAVE A REPLY

Please enter your comment!
Please enter your name here