ଆଉ ନାହାଁନ୍ତି ଅଭିନେତା ତଥା ନିଦେ୍ର୍ଦଶକ ଗିରିଶ କର୍ଣ୍ଣଡ । ସୋମବାର ତାଙ୍କର ପରଲୋକ ହୋଇଯାଇଛି । ସେ ଏକା ଧାରାରେ ଜଣେ ଅଭିନେତା, ଲେଖକ ତଥା ଫିଲ୍ମ ନିର୍ଦ୍ଦେଶକ ଥିଲେ । ମୃତ୍ୟୁ ବେଳକ ତାଙ୍କୁ ୮୧ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ରୋଗରେ ପିଡ଼ୀତ ଥିବା ଗିରିଶ ବେଙ୍ଗାଲୁରୁରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ଏବଂ ପ୍ରସିଦ୍ଧ ଜ୍ଞାନପୀଠ ସମ୍ମାନରେ ସମ୍ମାନୀତ ହୋଇସାରିଛନ୍ତି । ଏକ୍‌ ଥା ଟାଇଗର ଫିଲ୍ମରେ ଅଫିସର ଭୂମିକାରେ ତାଙ୍କର ଦାମଦାର ପ୍ରଦର୍ଶନ ଥିଲା । ସେ ଦୁଇଟି ପଦ୍ମ ସମ୍ମାନ, ୧୯୭୨ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୪ରେ ସାହିତ୍ୟ ଏକାଡେମୀ, ୧୯୯୮ରେ ଜ୍ଞାନପୀଠ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । କନ୍ନଡ଼ ଫିଲ୍ମ ‘ସଂସ୍କାର’ ପାଇଁ ସେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ । ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ମଧ୍ୟ ଥିଲେ । ଏହା ସହିତ ଚାରି ଚାରି ଥର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here