ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ଘରୋଇ ରକେଟ୍ ‘ ବିକ୍ରମ-୧’କୁ ଭିଡ଼ିଓ କ କନଫେରେନ୍ସ ମାଧ୍ଯମରେ ଉନ୍ମୋଚନ କରିଛନ୍ତି ।ଏହି ଅବସରରେ ପ୍ରଧନମନ୍ତ୍ରୀ ମୋଦି କହିଛନ୍ତି ” ଆମର ଅଧିକାଂଶ ମହାକାଶ ଷ୍ଟାଟଅପ୍ ଅତି ଛୋଟ ଟିମରୁ ଆରମ୍ଭ ହୋଇଛି । ଏହି ଚିନ୍ତାଧାରା ଭାରତରେ ଘରୋଇ ମହାକାଶ ବିପ୍ଲବକୁ ଜନ୍ମ ଦେଇଛି । ଜେନ୍-ଜିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଜେନ୍-ଜିର ଡିଜାଇନର୍, କୋଡର୍, ଇଞ୍ଜିନିୟରମାନେ ନୂଆ ନୂଆ ଟେକ୍ନୋଲୋଜିର ଉଦଘାଟନ କରିଛନ୍ତି । ଯେଉଁମାନଙ୍କ କ୍ଷେତ୍ରରେ କଳ୍ପନା କରିବା ବି ଅସମ୍ଭବ ଥିବା ଆଜି ସେହି କ୍ଷେତ୍ରରେ ଭାରତର ଯୁବପୀଢ଼ି କାମ କରୁଛନ୍ତି । ଭାରତ ଘରୋଇ ମହାକାଶ ଦକ୍ଷତା ସମଗ୍ର ବିଶ୍ୱର ନିଜର ଭିନ୍ନ ପରିଚୟ ତିଆରି କରୁଛନ୍ତି । ବିଶ୍ୱ ସ୍ତରରେ ଭାରତର ମହାକାଶ ଗବେଷଣା କେନ୍ଦ୍ର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଆଜି ବିଶ୍ୱ ସ୍ତରୀୟ କମ୍ପାନୀମାନେ ଆଜି ଭାରତ ଠାରୁ ସାଟେଲାଇଟ୍, ଲଞ୍ଚ୍ ସର୍ଭିସେସ୍ ଏବଂ ଟେକ୍ନୋଲୋଜି ପାର୍ଟନରସିପ୍ ଚାହୁଁଛନ୍ତି । ତେଣୁ ଏହାର ଆମକୁ ଲାଭ ଉଠାଇବାକୁ ପଡ଼ିବ ।ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପାଖରେ ଯାହା ଜ୍ଞାନ କୌଶଳ ଅଛି, ତାହା ବିଶ୍ୱର ମାତ୍ର କେତୋଟି ଦେଶରେ ଅଛି । ଭାରତର ମହାକାଶ କ୍ଷମତା ବ୍ୟୟ ସାପେକ୍ଷ ଏବଂ ବିଶ୍ୱସନୀୟ ଅଟେ ।ଯଦି ପ୍ରେରଣା ନେବାକୁ ଚାହୁଁଛ ତାହା ହେଲେ ଭାରତର ଜେନ୍-ଜିଙ୍କ ଠାରୁ ନେବାକୁ ବିଶ୍ୱକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ”













