ନିର୍ବାଚନ ଲଢିବେନି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି ପ୍ରଭାତ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ଚିଟ୍‌ଫଣ୍ଡ୍‌ ମାମଲାରେ ଛନ୍ଦିବା ଲାଗି ସିବିଆଇ ଉଦ୍ୟମ କରିଥିଲା ଏବଂ ସମସ୍ତ ଅଭିଯୋଗ କପୋଳକଳ୍ପିତ ଓ ଭିତ୍ତିହୀନ ବୋଲି କହିଛନ୍ତି ପ୍ରଭାତ । ମତେ ଓ ଦଳକୁ ବଦନାମ କରିବା ନିମନ୍ତେ ସିବିଆଇକୁ ବ୍ୟବହାର କରାଯାଇଥିଲା ଏବଂ ଅଦାଲତ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି ବୋଲି ପ୍ରଭାତ ଚିଠିରେ ଲେଖିଛନ୍ତି। ମାମଲାର ଫଇସଲା ନ ହେବା ଯାଏଁ ସେ ନିର୍ବାଚନରୁ ଦୂରେଇ ରହିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ସିସୋର୍‌ ଚିଟ୍‌ଫଣ୍ଡ୍‌ ମାମଲାରେ ପ୍ରଭାତ ବିଶ୍ୱାଳଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here