CISF ଆଜି ପାଳନ କରୁଛି ତାହାର ୫୭ତମ ସ୍ଥାପନା ଦିବସ । ୫୭ ବର୍ଷ ମଧ୍ୟରେ CISF ନିଜର କ୍ଷମତା ଓ ସାମର୍ଥ୍ୟରେ ବହୁଗୁଣା ବୃଦ୍ଧି କରିଛି ଓ ଦେଶର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାପନଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।ବର୍ତ୍ତମାନ ସିଆଇଏସଏଫ୍ ୨ ଲକ୍ଷରୁ ଅଧିକ କର୍ମଚାରୀ ଦେଶର ୨୫ଟି ରାଜ୍ୟ ଓ ୫ଟି କେନ୍ଦ୍ରଶାସିତ ପ୍ରଦେଶରେ ନିୟୋଜିତ ଅଛନ୍ତି । ଏହି ବାହିନୀ ସମୁଦାୟ ୩୬୧ଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାକୁ ସୁରକ୍ଷା ଯୋଗାଉଛି, ଯେଉଁଥିରେ ସାମିଲ ଅଛି ୭୧ଟି ବିମାନବନ୍ଦର ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ । ୧୦୫ଟି ବିଦ୍ୟୁତ କେନ୍ଦ୍ର ଓ ୧୮ଟି ପରମାଣୁ ସଂସ୍ଥାପନ । ୩୬ଟି ତୈଳ ଓ ଗ୍ୟାସ୍ ୟୁନିଟ୍ ଏବଂ ୧୭ଟି ଇସ୍ପାତ କାରଖାନା । ଭାରତ ସରକାରଙ୍କ ମୁଖ୍ୟ ମନ୍ତ୍ରଣାଳୟର ୪୭ଟି ସରକାରୀ ଭବନ ଏବଂ ଏଥି ସହ ୧୫୬ରୁ ଅଧିକ ସୁରକ୍ଷାପ୍ରାପ୍ତ ବ୍ୟକ୍ତିଙ୍କୁ ଏହାର ବିଶେଷ ସୁରକ୍ଷା ଗୋଷ୍ଠୀ ସୁରକ୍ଷା ଦେଉଛି । ସିଆଇଏସଏଫ୍ ଦ୍ୱାରା ସୁରକ୍ଷିତ ୭୩% ୟୁନିଟ୍‌ରେ ଅପରାଧ ହାର ଶୂନ୍ୟ ରହିଛି । ୨୦୨୫ରେ ବାହିନୀର କର୍ମଚାରୀମାନେ ୮ଟି ମୂଲ୍ୟବାନ ଜୀବନ ରକ୍ଷା କରିବା ସହ ୨୮୮୯ଟି ଅଗ୍ନିକାଣ୍ଡ ଘଟଣାରେ ଯୋଗଦେଇ ପ୍ରାୟ ୧୭୨.୫୫ କୋଟି ଟଙ୍କାର ସମ୍ପତ୍ତି ରକ୍ଷା କରିଛନ୍ତି । ୨୦୨୫ରେ ଜମ୍ମୁ-କାଶ୍ମୀରର ଉରି ହାଇଡ୍ରୋ ପ୍ରକଳ୍ପରେ ଶତ୍ରୁ ଗୋଳାବାରୁଦ ମଧ୍ୟରେ ପ୍ରାୟ ୨୫୦ ଜଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲା । ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ୧୪,୦୦୦ କର୍ମଚାରୀ ଭର୍ତ୍ତି କରାଯିବ। ସମସ୍ତ CAPF ମଧ୍ୟରେ CISFରେ ସର୍ବାଧିକ ମହିଳା କର୍ମଚାରୀ ଅଛନ୍ତି । ବର୍ତ୍ତମାନ ୮ ଜଣ IG ସ୍ତରର ଅଧିକାରୀଙ୍କ ମଧ୍ୟରୁ ୪ ଜଣ ମହିଳା, ଯାହା ଶୀର୍ଷ ସ୍ତରରେ ୫୦% ମହିଳା ପ୍ରତିନିଧିତ୍ୱକୁ ଦର୍ଶାଉଛି । ସହିଦ କର୍ମଚାରୀଙ୍କ ପରିବାର ପାଇଁ ଏକ୍ସ-ଗ୍ରେସିଆ କ୍ଷତିପୂରଣ ଏବଂ ପିଲାମାନଙ୍କ ଶିକ୍ଷା ପାଇଁ DG ସ୍କଲାର୍‌ଶିପ୍ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ସେବାକାଳୀନ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ୨୫ରୁ ୩୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here