ଦିଲ୍ଲୀ ଟେଷ୍ଟରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଲା ଭାରତ । ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା ୩୧ ରନ୍ ଓ କେଏସ ଭାରତ୨୨ ରନ୍‌ରେ ଅପରାଜିତ ରହି ମ୍ୟାଚ ଜିତାଇଥିଲେ । ଏହି ମ୍ୟାଚରେ ପ୍ରଥମେ ଟଚ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୨୬୩ ରନ କରିଥିଲା । ଭାରତ ତାର ପ୍ରଥମ ଇନିଂସରେ ୨୬୨ ରନରେ ଅଲଆଉଟ୍ ପରେ ଅଷ୍ଟ୍ରେଲିଆ ମାତ୍ର ୧ ରନରେ ଅଗ୍ରଣୀ ଲାଭ କରିଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଭାରତ ସ୍ପିନ୍ ଆଗରେ ଆଣ୍ଠେଇଥିଲେ । ଦଳ ମାତ୍ର ୧୧୩ ରନ କରି ଅଲଆଉଟ ହୋଇଥିଲା । ୧୧୫ ରନର ବିଜୟ ଲକ୍ଷ୍ୟକୁ ଭାରତ ୪ ୱିକେଟରେ ହରାଇ ହାସଲ କରିଛି । ରବିନ୍ଦ୍ର ଜାଡେଜା ୪୨ ରନ୍ ଦେଇ ୬ ୱିକେଟ ନେଇଥିବାବେଳେ ରବି ଚନ୍ଦନ ଅଶ୍ୱିନୀ ୫୯ ରନ୍ ଦେଇ ୩ଟି ୱିକେଟ ନେଇଥିଲେ । ଏହି ମ୍ୟାଚ ଜିତିବା ପରେ ଭାରତ ସିରିଜରେ ୨-୦ରେ ଆଗୁଆ । ଏହି ମ୍ୟାଚରେ ୨୦ ରନର ଇନିଂସ ଖେଳିବା ପରେ ବିରାଟ କୋହଲି ଏକ କିର୍ତ୍ତିମାନ ସ୍ଥାପନ କରିଛନ୍ତି । ନିଜ କ୍ୟାରିୟରରେ ୩ଟି ଯାକ ଫର୍ମାଟରେ କୋହଲି ୨୫,୦୦୦ ରନ୍ ସଂଗ୍ରହ କରିଛନ୍ତି

LEAVE A REPLY

Please enter your comment!
Please enter your name here