ଦ୍ୱିତୀୟ ସନ୍ତାନର ମା’ ହେଲେ କରୀନା କପୁର ଖାନ୍ । କରୀନା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ରଣବୀର କପୁରଙ୍କ ଭଉଣୀ ରିଧିମା କପୁର ଏନେଇ ସୂଚନା ଦେଇଛନ୍ତି । କାଲି ବିଳମ୍ବିତ ରାତିରେ କରୀନା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବଂ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ୨୦୧୨ମସିହାରେ ସୈଫ୍ ଅଲ୍ଲୀ ଖାନ୍ କରୀନାଙ୍କୁ ବିବାହ କରିଥିଲେ । ୨୦୧୬ ଡିସେମ୍ବରରେ ପ୍ରଥମ ପୁଅ ତୈମୁର ଅଲ୍ଲୀ ଖାନ୍ ଜନ୍ମ ନେଇଥିଲେ । ତୈମୁର ଅଲ୍ଲୀ ଖାନଙ୍କୁ ଏବେ ୪ ବର୍ଷ ବୟସ । ତେବେ କରୀନାଙ୍କ ଆଉ ଏକ ପୁତ୍ର ଜନ୍ମ ନେବା ପରେ ଏବେ ସୋସିଆଲ ମିଡିଆରେ ତା’ର ନାମ କରଣକୁ ନେଇ ବେଶ ଆଲୋଚନା ଆରମ୍ଭ ହୋଇଛି । ତୈମୁରର କ୍ୟୁଟ୍‌ନେସ୍‌କୁ ନେଇ ଯେଭଳି ସୋସିଆଲ ମିଡିଆ ଉଠିଲା ପଡ଼ିଲା, ଠିକ୍‌ ସେହିଭଳି ଏବେ ତୈମୁର ସାନ ଭାଇର ନାମ କରଣକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here