କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ ନକଲି ମସଲା ପ୍ରସ୍ତୁତ କାରଖାନା ଠାବ କରାଯାଇଛି. ସେଠାରେ ନକଲି ମସଲା ପ୍ରସ୍ତୁତ କରାଯାଉଥିବା ଜୟପୁର ପୋଲିସକୁ ସୂଚନା ମିଳିଥିଲା. ପରେ ଗୁରୁବାର ବିଳମ୍ବିତ ରାତିରେ ଜୟପୁର ପୋଲିସ ସେଠାରେ ଚଢଉ କରି ହରିହର ପାତ୍ର ନାମକ ଜଣେ ବ୍ୟକ୍ତିକୁ ଅଟକ ରଖିଛି. ଘଟଣାସ୍ଥଳରୁ 5 ଲକ୍ଷ ଟଙ୍କାର ମସଲା ପ୍ରସ୍ତୁତକାରୀ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି. ଏହାଛଡା ମସଲା ପ୍ୟାକେଟ ପ୍ରସ୍ତୁତ କରୁଥିବା ଏକ ମେସିନ ମଧ୍ୟ ସେଠାରୁ ଜବତ କରାଯାଇଛି. ସେମାନେ ଏହି ନକଲି ମସଲା ପ୍ୟାକେଟକୁ ଏଭରେଷ୍ଟ ଓ ଏମଡିଏଚ ଭଳି ବ୍ରାଣ୍ଡ କମ୍ପାନୀ ନାମରେ କୋରାପୁଟ ମାର୍କେଟରେ ବିକ୍ରି କରୁଥିଲେ. ଏହି ମସଲା ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ବ୍ରହ୍ମପୁର ଓ ଗଞ୍ଜାମରୁ କିଣାଯାଉଥିବା ସୂଚନା ଦେଇଛନ୍ତି ଜୟପୁର ଆଇଆଇସି ବଲେଶ୍ୱର ଗିଧି

LEAVE A REPLY

Please enter your comment!
Please enter your name here