ଆଇଟିସି ବିଦ୍ୟାଳୟ ସଂଯୋଜକ (କମ୍ପୁଟର ଶିକ୍ଷକ)ମାନଙ୍କର ୫ ଦଫା ଦାବିନେଇ ଆଜି ଲୋଏର ପିଏମଜିରେ ଧାରଣାରେ ବସିଥିଲେ । ପ୍ରାୟ ୪୦୦୦ କମ୍ପୁଟର ଶିକ୍ଷକ ଏହି ଆନେ୍ଦାଳନରେ ଯୋଗ ଦେଇଥିଲେ । ସରକାର ସମସ୍ତ ୪ ହଜାର ଛଟେଇ ବିଦ୍ୟାଳୟ ସଂଯୋଜକଙ୍କୁ ନିଯୁକ୍ତି ପ୍ରଦାନ କରନ୍ତୁ ଯାହା ଫଳରେ ୪ ହଜାର ବୈଷୟିକ କର୍ମଚାରୀଙ୍କ ଜୀବନ ଜୀବିକା ସୁରକ୍ଷିତ ହୋଇପାରିବ ଏବଂ ଯେଉଁ ପଦବୀର ନାମ ବିଦ୍ୟାଳୟ ସଂଯୋଜକ ରଖାଯାଇଛି ତାହା ପରିମର୍ତ୍ତନ କରି କମ୍ପୁଟର ଶିକ୍ଷକ ରଖାଯାଉ । ରାଜ୍ୟର ସମସ୍ତ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉ । ଯାହାଫଳରେ ଛାତ୍ରଛାତ୍ରୀମାନେ ଦେୟମୁକ୍ତ କମ୍ପୁଟର ଶିକ୍ଷା ପାଇପାରିବେ ବୋଲି ଶିକ୍ଷକମାନେ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାରେ ସମସ୍ତ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ଉନ୍ନତି ପାଇଁ ଇ-ବିଦ୍ୟାଳୟ ବ୍ୟବସ୍ତା କରାଯିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା କୁଆଡେ ଗଲା ଏବଂ ଏହା କେବେ ପୁରଣହେବ ବୋଲି ଶିକ୍ଷକ ମାନେ କହିଛନ୍ତି । ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ପାଇଁ ସମସ୍ତ ବିଦ୍ୟାଳୟ ସଂଯୋଜକଙ୍କୁ ସରକାରୀ ମାନତ୍ୟା ଦିଆଯାଉ ବୋଲି ସଂଘର ସଭାପତି ସୌମ୍ୟରଞ୍ଜନ ମଲ୍ଲିକ କହିଛନ୍ତି

LEAVE A REPLY

Please enter your comment!
Please enter your name here