ନିର୍ବାଚନ ହେବା ପୂର୍ବରୁ କେନ୍ଦୁଝର ଆନନ୍ଦପୁରର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କୁ ଘରୁ ଡାକିନେଇ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି. ମୃତକ ଜଣକ ରାମଚନ୍ଦ୍ର ବେହେରା ବୋଲି ଜଣାପଡିଛି. ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ରାଜନୈତିକ ହିଂସା ଅଛି ବୋଲି ସ୍ପଷ୍ଟ ହୋଇଛି. ଆନନ୍ଦପୁର ବ୍ଲକର ପୂର୍ବତନ ଚେୟାରମ୍ୟାନ ରାମଚନ୍ଦ୍ରଙ୍କୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ. ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ. ମାତ୍ର ସେଠାରେ ଡାକ୍ତର ତାଙ୍କୁ ଏସସିବି ମେଡିକାଲକୁ ସ୍ତାନାନ୍ତର କରିଥିଲେ. ହେଲେ ମେଡିକାଲରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଦେଲେ ରାମଚନ୍ଦ୍ର. ଏହି ଘଟଣାପରେ ପୋଲିସ 4 ଜଣଙ୍କୁ ଗିରଫ କରିଛି. ଏହାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ 20 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ

LEAVE A REPLY

Please enter your comment!
Please enter your name here