ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ସଚିବାଳୟରେ ଓଡିଆ ଭର୍ଚୁଆଲ ଏକାଡେମୀର ନୂଆ ୱେବ ପୋର୍ଟାଲ ଉନ୍ମୋଚନ କରିଛନ୍ତି । ଓଡ଼ିଆ ସାହିତ୍ୟର ଏହି ଭର୍ଚୁଆଲ୍ ଭଣ୍ଡାର ପୂର୍ବାପେକ୍ଷା ଆହୁରି ଉନ୍ନତ ହେବ । ଉକ୍ତ ପୋର୍ଟାଲରେ ଦୁର୍ଲଭ ଓଡ଼ିଆ ପୁସ୍ତକ, ଅଭିଧାନ, ପ୍ରାଚୀନ ପତ୍ରପତ୍ରିକା, ପୁରାତନ ସଙ୍ଗୀତ, ପ୍ରାଚୀନ ପୋଥି, ବିଶିଷ୍ଟ ବ୍ୟକ୍ତିଙ୍କ ଅଭିଭାଷଣ, ଶ୍ରୀଜଗନ୍ନାଥ ସଂସ୍କୃତି, ମନ୍ଦିର ଓ ସ୍ଥାପତ୍ୟ ଆଦି ସମ୍ପର୍କିତ ଡିଜିଟାଲ ତଥ୍ୟ ଉପଲବ୍ଧ ହେବ । ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆ ଭାଇ ଭଉଣୀ ମାନେ ବିଶେଷ କରି ଆମର ଯୁବପୀଢୀମାନଙ୍କ ପାଇଁ ଓଡିଆ ଭର୍ଚୁଆଲ ଏକାଡେମୀ ବହୁତ ଉପଯୋଗୀ ହେବ । ସୁଚନାଅନୁଯାୟୀ ଓଡିଆ ଭର୍ଚୁଆଲ ଏକାଡେମୀର www.ova.gov.in ରେ ଓଡିଆ ସାହିତ୍ୟର ୧୭୦ଟି ପୁସ୍ତକ ସ୍ଥାନିତ ହୋଇଛି ।

LEAVE A REPLY

Please enter your comment!
Please enter your name here