ଆଗକୁ ସାଧାରଣ ନିର୍ବାଚନ. ଚଳିତ ଥର ନିର୍ବାଚନରେ ଭୋଟରମାନେ ଇଭିଏମ ଓ ଭିଭିପାଟ ମେସିନ ମାଧ୍ୟମରେ ଭୋଟ ଦେବେ. ନୂଆ ମେସିନରେ ଭୋଟରମାନେ କିପରି ଭୋଟ ଦେବେ ତାକୁ ନେଇ ରାୟଗଡାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି. ସେଥିପାଇଁ ଆଜି ଅର୍ଥାତ ଗୁରୁବାରଠାରୁ ବିଭିନ୍ନ ବ୍ଲକରେ ବୁଲିବ ସଚେତନ ରଥ. ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏହି ରଥର ଶୁଭାରମ୍ଭ କରିଛନ୍ତି. 25 ଦିନ ଧରି ଏହି ସଚେତନ ରଥ ପ୍ରତି ଗାଁ ରେ ବୁଲିବ ଏବଂ ଲୋକଙ୍କୁ ଭିଭିପାଟ ମେସିନ ସଂପର୍କରେ ଅବଗତ କରାଇବ. ଏହାଛଡା ହାଟବଜାରରେ ଡାକବାଜୀ ଯନ୍ତ୍ର ଓ ସାଂସ୍କତିକ କାର୍ଯ୍ୟକ୍ରମ ମାଧ୍ୟମରେ ମେସିନର ବ୍ୟବହାର ସଂକ୍ରାନ୍ତରେ ସଚେତନ କରାଇବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ.

 

LEAVE A REPLY

Please enter your comment!
Please enter your name here