ଆଜି ଭୁବନେଶ୍ୱରରୁ ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ । ୧୩ରୁ ୮ ହୋମ୍ କ୍ୱାରେଣ୍ଟିନ୍‌, ୫ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । । ଖଣ୍ଡଗିରି ଶରଧାପାଲି ବସ୍ତିରୁ ୨୧ ବର୍ଷର ଯୁବତୀ ପଜିଟିଭ୍ ଚିହ୍ନଟ । ସେହିପରି ଭୀମଟାଙ୍ଗିର ଜଣେ ଯୁବକ, ସାଲିଆସାହିର ଜଣେ ରେଲୱେ ଷ୍ଟାଫ୍ ଚିହ୍ନଟ ହୋଇଛନ୍ତି । ନୀଳାଦ୍ରିବିହାରର ୫୭ ବର୍ଷୀୟ ବ୍ୟକ୍ତି କରୋନା ସଙ୍କ୍ରମିତ ହୋଇଥିବାବେଳେ ନୀଳଚକ୍ର ନଗରର ଯୁବତୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟଙ୍କପାଣି ରୋଡ ଅଞ୍ଚଳରୁ ୫ ଜଣ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ । ନୂଆ ଗାଁ ଅଞ୍ଚଳରୁ ୨, ୟୁନିଟ୍‌-୧ ଅଞ୍ଚଳରୁ ଜଣେ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ୱର ସହରରୁ ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here