ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଘୋଷ ଯାତ୍ରା ଶେଷ ହୋଇଛି । ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅୁଷ୍ଟିତ ହେବ । ପବିତ୍ର ଘୋଷଯାତ୍ରା ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ । ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଏକମାତ୍ର ଭଉଣୀ ସୁଭଦ୍ରାଙ୍କ ସହ ରତ୍ନ ସିଂହାସନକୁ ବିଜେ କରିବେ । ତେବେ ଏଥିଲାଗି ସମସ୍ତ ନୀତିକାନ୍ତି ଶେଷ ହୋଇସାରିଛି । ପରମ୍ପରା ଅନୁଜାଇ ଠାକୁରମାନଙ୍କ ସୁନାବେଶ , ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ । ଅପାରାହ୍ଣ ସାଢ଼େ ୩ଟା ସିଂହାସନ ମାଜଣା ହେବ । ଏହା ପରେ ୪ଟରୁ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହେବ ଏବଂ ୧୦ଟା ସୁଦ୍ଧା ପହଣ୍ଡି ବିଜେ ସମାପ୍ତ ହେବ ।

LEAVE A REPLY

Please enter your comment!
Please enter your name here