କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗିପାରେ । କର୍ଫ୍ୟୁ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ବିଚାର କରୁଥିବା ସଂପର୍କରେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ଚାରି ପାଞ୍ଚ ଦିନ ଭିତରେ ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହେବାର ସମ୍ଭାବନା ରହିଛି । ଦିନକୁ ଦିନ ସମଗ୍ର ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢୁଥିବା ବେଳେ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି 452 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଜି ରାଜ୍ୟରେ 471 ଜଣ ଆକ୍ରାନ୍ତ ହୋଇଛନ୍ତି । ମାସକ ତଳେ ଅର୍ଥାତ ଗତ ମାସ 5 ତାରିଖରେ ମାତ୍ର ଦଶ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାସକ ଭିତରେ କରୋନା ସଂକ୍ରମଣ ପୁଣି ଆକାଶ ଛୁଆଁ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 42 ହଜାର 695 ପହଞ୍ଚିଲାଣି ।

LEAVE A REPLY

Please enter your comment!
Please enter your name here