ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯାଇଛି।  ବରିଷ୍ଠ କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ୮୧ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ଏସ୍କର୍ଟ ହସପିଟାଲରେ ଗତକାଲି ଦେହାନ୍ତ ହୋଇଛି । ଦିଲ୍ଲୀର ୩ ଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ଶୀଲାଙ୍କ ଦେହାନ୍ତରେ ଦିଲ୍ଲୀ ସରକାର ୨ ଦିନ ଧରି ରାଜକୀୟ ଶୋକ ପାଳନ କରିଥିଲେ । ଶୀଲାଙ୍କ ଅନ୍ତିମ ସଂସ୍କାର ରବିବାର ଦିପହର ୨.୩୦ ମିନିଟରେ ଦିଲ୍ଲୀର ନିଗମ ବୋଧ ଘାଟରେ କରାଯାଇଛି । ତାଙ୍କ ଅନ୍ତିମ ସଂସ୍କାର ସମୟରେ ଗୃହମନ୍ତ୍ରୀ ଅମିତ ଶାହା,ଅହମ୍ମଦ ପଟେଲ ସମେତ ତମ୍ମାମ ଦିଗ୍ଗଜ ସେଠାରେ ଉପସ୍ଥିତ ଥିଲେ । ରବିବାର ସକାଳେ ଦିଲ୍ଲୀରେ ଥିବା କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ସମ୍ମାନ ଜଣାଇବା ପରେ ତାଙ୍କ ମର ଶରୀରକୁ ଦିଲ୍ଲୀ ନିଜାମୁଦ୍ଦିନସ୍ଥିତ ତାଙ୍କ ଘରକୁ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here