ପଶ୍ଚିମବଙ୍ଗ ଦୁର୍ଗାପୁର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ(ଫିର୍ଦ୍ଦୋସ ଶେଖ୍, ଶେଖ୍ ରିଆଜୁଦ୍ଦିନ, ନସିରୁଦ୍ଦିନ ଓ ସଫିକ୍ ଗୁଲ୍ ,ଅପ୍ପୁ ବାଉରୀ)ନେଇ ଆଜି ସେଦିନର କ୍ରାଇମ୍ ସିନ୍ ରି କ୍ରିଏସନ କରିଛି ପୋଲିସ । କେମିତି ପୁରା ଘଟଣା ଘଟିଲା, କେତେବେଳେ ଯୁବତୀଙ୍କୁ ଡାକିଲେ, କେଉଁ ରାସ୍ତାରେ ଯାଇଥିଲେ ତମାମ ଘଟଣାର ସିନ ରିକ୍ରିଏସନ କରାଯାଇଛି । ଓ୍ବାସିଫ ଅଲ୍ଲୀ ହେଉଛି ସମ୍ପୃକ୍ତ ଡାକ୍ତରୀ ଛାତ୍ରୀଙ୍କ ପୁରୁଷ ବନ୍ଧୁ । ଯାହା ସହ ସେଦିନ ହଷ୍ଟେଲରୁ ବାହାରକୁ ଯାଇଥିଲେ ପୀଡ଼ିତା । ସେଦିନ ରାତିରେ ପୀଡ଼ିତାଙ୍କୁ ବାହାରକୁ ଆସିବାକୁ ୱାସିଫ୍ ହିଁ ଜିଦ୍ ଧରିଥିଲା । ତେଣୁ ଯୋଜନା ବଦ୍ଧ ଭାବେ ପୀଡ଼ିତାଙ୍କୁ ବାହାରକୁ ଆସିବାକୁ ବାଧ୍ୟ କରିଥିଲା କି ପୁରୁଷ ବନ୍ଧୁ ? ଗଣଦୁଷ୍କର୍ମରେ ସାମିଲ 5 ଦୁର୍ବୃତ୍ତଙ୍କ ସହ ତାର ସମ୍ପର୍କକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ୱାସିଫକୁ ଜେରା କରି ଛାଡ଼ି ଦେଇଥିଲା ପୋଲିସ।ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି କି ମମତା ସରକାର ସହଯୋଗ ନକରି , ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ପ୍ରଶାସନର ଟିମ୍ ପୀଡ଼ିତାଙ୍କୁ ଭେଟିଛି । ସରକାର ପୀଡ଼ିତା ଓ ତାଙ୍କର ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇସାରିଥିବାରୁ, ବେଙ୍ଗଲ ପୋଲିସ କଠୋର ଦଣ୍ଡବିଧାନ ପାଇଁ ତଦନ୍ତକୁ ଆଗକୁ ବଢ଼ାଉଛି ଏବଂ ଚାର୍ଜସିଟ୍ ପ୍ରସ୍ତୁତ କରୁଛି।














