ଲୋକପ୍ରିୟ କଣ୍ଠଶିଳ୍ପୀ ରାହତ ଫତେ ଅଲି ଖାଁ ଏବେ ବିପଦରେ . ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି. ଏହି ନୋଟିସ FEMA ଉଲ୍ଲଘଂନ ପାଇଁ କରାଯାଇଥିବା ଜଣାପଡିଛି . ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତରେ ବିଦେଶୀ ମୁଦ୍ରାର ସ୍ମଗଲିଂ ଆରୋପ ରାହତଙ୍କ ଉପରେ ଲଗାଯାଇଛି. ଏ ସଂକ୍ରାନ୍ତରେ ଜବାବ ପାଇଁ ଇଡି ତାଙ୍କୁ ଏହି ନୋଟିସ ପଠାଇଛନ୍ତି. ଅବୈଧ ଉପାୟରେ ରାହତ 3,40,000 ୟୁଏସ ଡଲାର କମାଇଥିବା ରିପୋର୍ଟରୁ ଜଣାପଡିଛି, ଯାହାମଧ୍ୟରେ ସେ 2,25,000 ଡଲାର ସ୍ମଗଲିଂ କରିଥିବା କୁହାଯାଇଛି. ଯଦି ରାହତଙ୍କ ଉତ୍ତରରେ ଇଡି ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସ୍ମଗଲିଂ କରିଥିବା ଟଙ୍କା ଉପରେ ରାହତଙ୍କୁ 300 ପ୍ରତିଶତ ଜରିମାନା ଦେବାକୁ ହେବ. ଆଉ ଯଦି ସେ ଜରିମାନା ନ ଦିଅନ୍ତି, ତାହେଲେ ତାଙ୍କୁ ଲୁକ ଆଉଟ ନୋଟିସ ଜାରି କରାଯିବ. ଏହାସହ ଭାରତରେ ହେଉଥିବା ତାଙ୍କ ସୋ’ କୁ ମଧ୍ୟ ବ୍ୟାନ କରାଯିବ ବୋଲି ସୂଚନା ପ୍ରକାଶ ପାଇଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବଲିଉଡର ଅନେକ ଫିଲ୍ମରେ ରାହତ ନିଜ କଣ୍ଠର ଯାଦୁ ଦେଖାଇ ସାରିଛନ୍ତି.

 

 

LEAVE A REPLY

Please enter your comment!
Please enter your name here