ରାଜ୍ୟରେ ନିଶା ଦ୍ରବ୍ୟରେ ଆସୁଥିବା ଗୁଟଖା ବିକ୍ରି ବନ୍ଦ ହୋଇଥିବା ବେଳେ ପାନ ମସଲାକୁ ନେଇ ଏବେ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ, ରାଜ୍ୟରେ ପାନ ମସଲା ବିକ୍ରି ବନ୍ଦ ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସିଟି ଜିଏସଟି ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି । ପାନ ମସଲାରେ ତମ୍ବାଖୁ ବା ନିକୋଟିନ୍ ରହୁନଥିବାରୁ, ବଜାରରେ ପାନ ମସଲା ବିକ୍ରି ବନ୍ଦ ହେବ ନାହିଁ । ଖୁଟଖା, ଜର୍ଦ୍ଦା ଓ ଖଇନି ଉପରେ କଟକଣା ଜାରି ରହିବ । ଏପରିକି କିଛି କମ୍ପାନୀ ପାନ ମସଲା ବାହାନାରେ ଗୁଟଖା ବିକ୍ରି କରୁଥିବା ମଧ୍ୟ ଦେଖାଯାଇଛି । ପୂର୍ବ ସପ୍ତାହରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୁଟଖା ବିକ୍ରି ଉପରେ ନିଷେଧାଦେଶ ଜାରି ହୋଇଛି । ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଓଡ଼ିଶା ସରକାର ଗୁଟଖା, ପାନ ମସଲା, ଖଇନି ଓ ଜର୍ଦ୍ଦା ଇତ୍ୟାଦି ବିକ୍ରି ଉପରେ କଟକଣା ଜାରି କରିଛନ୍ତି । ଗୁଟୁଖାରେ ନିକୋଟିନ୍ ରହୁଥିବାରୁ ଏହା ଉପରେ ବ୍ୟାନ୍ ଲଗାଯାଇଛି ।














