ସାରା ରାଜ୍ୟରେ ଷ୍ଟିଅରିଂ ଛାଡ ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ । ଆନ୍ଦୋଳନ ଯୋଗୁଁ ରାସ୍ତାରେ ଅଟକି ରହିଛି ମାଲବାହୀ ଟ୍ରକ । ଏହାର ପ୍ରଭାବରେ ଏବେ ସାଧାରଣ ଲୋକେ ହନ୍ତସନ୍ତ । ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରଭାବ ତେଲ ଟାଙ୍କି ଉପରେ ପଡିଛି । ରାଜ୍ୟରେ ସରି ସରି ଆସିଲାଣି ପେଟ୍ରୋଲ ଏବଂ ଡିଜେଲ । ଯେହେତୁ ତେଲ ଟ୍ୟାଙ୍କର ଆସି ପହଁଞ୍ଚିପାରୁନାହିଁ ତେଣୁ ପେଟ୍ରୋଲ , ଡିଜେଲ ସରିବାର ଆଶଙ୍କା ରହୁଛି ।
ଅନ୍ୟପଟେ ପେଟ୍ରୋଲକୁ ନେଇ ଛାନିଆ ନହେବାକୁ ଡିଲର ସଂଘ ପରାମର୍ଶ ଦେଇଛି । ସ୍ପଷ୍ଟ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସମ୍ପାଦକ ସଞ୍ଜୟ ଲାଠ । କାଲି ପର୍ଯ୍ୟନ୍ତ ପେଟ୍ରୋଲ ମହଜୁଦ୍ ଅଛି ପାନିକ୍ ହୁଅନ୍ତୁ ନାହିଁ । ଆଜି ଆନ୍ଦୋଳନ ପ୍ରତ୍ୟାହାର ହୋଇପାରିଲେ କାଲିକି ସମସ୍ୟା ହେବନି । କିଛି ଛୋଟ ପେଟ୍ରୋଲ ପମ୍ପରେ ଷ୍ଟକ ସରିଥାଇ ପାରେ ।

LEAVE A REPLY

Please enter your comment!
Please enter your name here