ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ସୁପାରୀ ଉମା ବିଶୋୟୀ ଗିରଫ ହୋଇଛି । ହତ୍ୟା ଘଟଣାର ପୂରା ପ୍ଲାନ କରିଥିବା ଉମା ବିଶୋୟୀ ଗିରଫ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଉମା ବିଷୋୟୀ ବେଙ୍ଗାଲୁରୁରେ କାମ କରୁଥିବା ଚିଣ୍ଟୁ ପ୍ରଧାନ ସହ କୁରୁପତି ଭୂୟାଁଙ୍କୁ ସୁପାରି ଦେଇଥିଲେ । ସେମାନଙ୍କୁ ୮ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା । ଗୁଳି କରିବାକୁ ୫ ଲକ୍ଷ ଓ ବାଇକ୍ ଚାଳକଙ୍କୁ ୩ ଲକ୍ଷ ଟଙ୍କା ଦେଇଥିଲେ । ଉଭୟଙ୍କୁ ପୀତବାସଙ୍କ ଚ୍ୟାମ୍ବର ନିକଟରେ ଏକ ଘରେ ରଖିଥିଲେ । ଅକ୍ଟୋବର ୬ ତାରିଖରେ ପୀତାମ୍ବରଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସ ଆସିବାରୁ ତାଙ୍କୁ ନମସ୍କାର କରି ଗୁଳି କରିଥିଲେ କୁରୁପତି । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, କର୍ପୋରେଟର ମଳୟ ବିଷୋୟୀ ବି ଗିରଫ ହୋଇଛନ୍ତି । ବିକ୍ରମଙ୍କ ନିକଟତମ ସହଯାଗୀ ମଦନ ଦଳେଇ ଗିରଫ ହୋଇଛନ୍ତି । ଏଥିସହ ଚିଣ୍ଟୁ ପ୍ରଧାନ, ଶିଶୁ କୁମାର ପାସୱାନ, କୁନ୍ଦନ କୁମାର, ବିପିନ ସ୍ୱାଇଁ, ଯୋଗୀ ଦତ୍ତ, ଉମା ବିଷୋୟୀ, ଶିମାଞ୍ଚଳ ନାହାକ, ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର କୁମାର ସାହୁ ,କୁରୁପତି ଭୂୟାଁ, ସୁଦର୍ଶନ ଜେନାକୁ ପୋଲିସ୍ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here