ଭାରତ-କାନାଡା ସଂପର୍କରେ ତିକ୍ତତା ବଢିବାରେ ଲାଗିଛି । କାନାଡା ସରକାରଙ୍କୁ ଜବାବ ଦେବାକୁ ଭାରତ ସରକାର ଯେସାକୁ ତେସା ନୀତି ଆପଣେଇଛନ୍ତି । ଭାରତରେ ଥିବା କାନାଡା ନାଗରିକଙ୍କ ପାଇଁ କାନାଡା ସରକାର ପରାମର୍ଶ ଜାରି କଲା ପରେ ନୂଆଦିଲ୍ଲୀରୁ ମଧ୍ୟ ଏକ ପରାମର୍ଶ ଜାରି କରିଛନ୍ତି ଭାରତ ସରକାର । କାନାଡାରେ ଥିବା ଭାରତୀୟ ଅତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଭାରତ ବିରୋଧୀ ଆତଙ୍କବାଦକୁ ସମର୍ଥନ ଦେଉ ନ ଥିବା ଭାରତୀୟଙ୍କୁ ଟାର୍ଗେଟ କରାଯାଉଛି ସେହିଦୃଷ୍ଟିରୁ କାନାଡାରେ ଥିବା ଭାରତୀୟମାନେ ସଜାଗ ରହିବାକୁ ପରାମର୍ଶ ଜାରି କରାଯାଇଛି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରକୁ କାନାଡାରେ ଗତ ଜୁନ୍ ମାସରେ ହତ୍ୟା କରାଯିବା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ନେଇ ଆରୋପ ଲଗାଇଛନ୍ତି କାନାଡା ସରକାର । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଦେଶର ସଂସଦରେ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ତେବେ ଭାରତ କାନାଡାର ଅଭିଯୋଗକୁ ଖଣ୍ଡନ କରିବା ସହ ଯେସାକୁ ତେସା ନୀତି ଆପଣେଇଛି । ଦୁଇଜେଶ ଭିତରେ ସଂପର୍କରେ ତିକ୍ତତା ବଢୁଥିବାରୁ ବାଣିଜ୍ୟିକ ସଂପର୍କ ବାଧାପ୍ରାପ୍ତ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here