ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ବିକ୍ରମ ପଣ୍ଡାଙ୍କ ପକ୍ଷରେ ୪୪ ଓକିଲ କୋର୍ଟରେ ଓକିଲାତିନାମା ଦାଖଲ କରିଛନ୍ତି । ଏହି ଓକିଲମାନେ ବିକ୍ରମ ସହ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ମଧ୍ଯ ମାମଲା ଲଢ଼ିବେ । ଏହି ମଧ୍ୟରେ, ବିକ୍ରମଙ୍କ ସ ସହଯୋଗ ସୁଦର୍ଶନ ଦାସକୁ ପୁଲିସ ଛାଡ଼ିଦେଇଛି । ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିବା ସୁଦର୍ଶନ ତଦନ୍ତରେ ସହଯୋଗ କରୁଥିବା ସୂଚନା ମିଳିଛି । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ରହିଛି । ବ୍ରହ୍ମପୁର ମଣ୍ଡଳ କାରାଗାର ଜେଲର ଏହି ଆଶଙ୍କା କରି ଏସଡିଜେଏମ କୋର୍ଟକୁ ଆବେଦନ କରିଛନ୍ତି । ଜେଲର ଆବେଦନରେ ଉଲ୍ଲେଖ ଅଛି ଯେ, ପିଣ୍ଟୁ ଦାସ ଙ୍କ ଘନିଷ୍ଠ ସହଯୋଗୀ ଶାନ୍ତି ମିଶ୍ର ହତ୍ୟା ମାମଲାର ଅଭିଯୁକ୍ତମାନେ ଏହି ଜେଲରେ ଅଛନ୍ତି, ସେଥିପାଇଁ ତାଙ୍କ ଜୀବନ ପ୍ରତି ବିପଦ ଥାଇପରେ। ସେଥିପାଇଁ ପିଣ୍ଟୁଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଦିଆଯାଇଛି ।














