ଦିନ ଥିଲା ଯେତେବେଳେ ପ୍ରଖର ସୁଅର ସାମ୍ନା କରି ଯାତାୟାତ କରିବାକୁ ପଡୁଥିଲା ମାଲକାନଗିରି ଜିଲ୍ଲାର ସାରକୁବନ୍ଦ ଓ ରଲେଗାଡା ପଞ୍ଚାୟତବାସୀଙ୍କୁ । ବର୍ଷା ଦିନ ହେଲେ ଜଲବନ୍ଦି ଜୀବନ ଯାପନ କରୁଥିଲେ ଏମାନେ । ଗାଁକୁ ଆସିପାରୁନଥିଲା ଆମ୍ବୁଲାନ୍ସ ।ଯାତାୟାତର ମୁଖ୍ୟ ମାଧ୍ୟମ ଥିଲା ଘୋଡା କିମ୍ବା ଖଚର । ହେଲେ ଏବେ କିନ୍ତୁ ବଦଳିଛି ସମୟ । ଦୀର୍ଘଦିନର ପ୍ରୟାସ ପରେ ସରକାରୀ ସ୍ତରରେ ସାରକୁବନ୍ଦ ଓ ରଲେଗାଡା ପଞ୍ଚାୟତକୁ ଯିବା ପାଇଁ ନିର୍ମାଣ କରଯାଇଛି ଏକ ଝୁଲା ପୋଲ । ପ୍ରାୟ ୨୦୦ ମିଟର ଲମ୍ବର ଏହି ପୋଲ ନିର୍ମାଣ ପରେ ଚିତ୍ରକୋଣ୍ଡା ବ୍ଲକ ସହ ସଡକ ପଥ ଯୋଗେ ସିଧାସଳଖ ଯୋଡି ହୋଇପାରିଛି ସାରକୁବନ୍ଦ ଗ୍ରାମ ରଲେଗାଡା ପଞ୍ଚାୟତର ଅନେକ ଗ୍ରାମ । ବନ୍ଦ ହୋଇଛି ବିପଦ ପୂର୍ଣ ଅବସ୍ତାରେ ନଦୀ ପାର ହେବାର ଚିତ୍ର । ଗାଁକୁ ଗଡୁଛି ଗାଡି , ଆମ୍ବୁଲାନ୍ସ । ଏବଂ ଲୋକଙ୍କ ନିକଟରେ ପହଞ୍ଚୁଛି ଅନେକ ସୁବିଧା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଖେଳି ଯାଇଛି ଖୁଶିର ଲହରୀ । ଝୁଲା ପୋଲ ନିର୍ମାଣ ହେବା ପରେ ବର୍ତମାନ ସାରକୁବନ୍ଦ ଗ୍ରାମରେ ରାସ୍ତା ନିର୍ମାଣ, ବିଦ୍ୟାଳୟ ଗୃହ ନିର୍ମାଣ , ବିଦ୍ୟୁତ ସଯୋଗୀ କରଣ ଏବଂ ଅନ୍ୟାନ୍ୟ ବହୁ ସୁବିଧା ବର୍ତମାନ ପହଞ୍ଚିଗଲାଣି । ଲୋକେ ମଧ୍ୟ ବାହ୍ୟ ଜଗତ ସହ ଯୋଡିହୋଇ ବିକାଶ ମାନଚିତ୍ରରେ ପାଦ ଥାପିଲେଣି । ବିକାଶର ମାଧ୍ୟମ ପାଲଟିଥିବା ଏହି ଝୁଲା ପୋଲ ଯୋଗୁଁ ଲୋକେ ଆଜି ମୌଲିକ ସୁବିଧା ପାଇ ପାରୁଥିବା ବେଳେ ଅଞ୍ଚଳ ବାସୀଙ୍କ ପାଇଁ ଏହି ପୋଲ ବରଦାନ ପାଲଟିଛି ।

LEAVE A REPLY

Please enter your comment!
Please enter your name here