ଆନ୍ଧ୍ରପ୍ରଦେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ମିଳିଛି ବଡ଼ ଉପହାର। ପ୍ରଧାନମନ୍ତ୍ରୀ ୧୩ ହଜାର ୪୩୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ନାର୍ଯ୍ୟାଲ ଜିଲ୍ଲାର ଶ୍ରୀଶୈଳମ ମଲ୍ଲିକାର୍ଜୁନ ମନ୍ଦିରରେ ପୂଜା ଅର୍ଜନା କରିବା ପରେ ମୋଦି ଛତ୍ରପତି ଶ୍ରୀ ଶିବାଜୀ ଧ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ସଂସ୍କୃତି ଓ ପରମ୍ପରା ପ୍ରତି ଗଭୀର ଶ୍ରଦ୍ଧାର ସନ୍ଦେଶ ଦେଇଛନ୍ତି।ଶିଳ୍ପ, ବିଦ୍ୟୁତ୍, ପରିବହନ, ରେଳବାଇ, ପ୍ରତିରକ୍ଷା ଉତ୍ପାଦନ ସହ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ଭଳି ପ୍ରମୁଖ କ୍ଷେତ୍ର ପାଇଁ ଏହି ପ୍ରକଳ୍ପ ଗୁଡ଼ିକ ବଡ଼ ଶକ୍ତି ଯୋଗାଇବ । ନ୍ୟାସନାଲ ଇଣ୍ଡଷ୍ଟ୍ରିଆଲ୍ କରିଡର ଡେଭଲପମେଣ୍ଟ ଆଣ୍ଡ୍ ଇମ୍ପ୍ଲିମେଣ୍ଟେସନ୍ ଟ୍ରଷ୍ଟ- NICDIT ଏବଂ ଆନ୍ଧ୍ର ପ୍ରଦେଶ ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟ୍ରକ୍ଚର କର୍ପୋରେସନ୍ ଲିମିଟେଡ୍ -APIIC ଦ୍ୱାରା ମିଳିତ ଭାବରେ ଆଧୁନିକ ବହୁ-କ୍ଷେତ୍ରୀୟ ଶିଳ୍ପ ହବ୍ଗୁଡ଼ିକର ବିକାଶ କାର୍ଯ୍ୟ କରାଯିବ। ଯାହା ଦକ୍ଷିଣ ଭାରତରେ ଶିଳ୍ପ ବିକାଶ ଏବଂ ବିଶ୍ବସ୍ତରୀୟ ପ୍ରତିଯୋଗିତାକୁ ଆଗୁଆଁ ନେବ । ଏହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସବାଭରମରୁ ଶୀଳାନଗର ପର୍ଯ୍ୟନ୍ତ ଛଅ ଲେନ ବିଶିଷ୍ଟ ଗ୍ରୀନଫିଲ୍ମ ହାଇୱେ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଶ୍ରୀକାକୁଲମ–ଅଙ୍ଗୁଳ ପ୍ରାକୃତିକ ଗ୍ୟାସ ପାଇପଲାଇନର ଉଦଘାଟନ ମଧ୍ୟ କରିଛନ୍ତି।














