କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ପୁଣି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଛି. ମାତ୍ର ଶିଶୁଟି ମରିଯାଇଥିବା ସୂଚନା ମିଳିଛି. ରିପୋର୍ଟ ଅନୁସାରେ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଜ ପ୍ରେମିକ ଦ୍ୱାରା ଗର୍ଭବତୀ ହୋଇଥିଲା. ଏ କଥା ଜାଣିବା ପରେ ନାବାଳିକା ଜଣକ ବିବାହ ପାଇଁ ତାକୁ ପ୍ରସ୍ତାବ ଦେଇଥିଲା. ମାତ୍ର ପ୍ରେମିକ ଜଣକ ମନା କରିଦେଇଥିଲା. ଗର୍ଭପାତ କରାଇବା ପାଇଁ ପ୍ରେମିକ ଜଣକ ତାକୁ କିଛି ଓୌଷଧ ଖାଇବାକୁ ଦେଇଥିଲା. ତାକୁ ଖାଇବା ପରେ ନାବାଳିକା ଗୁରୁତର ହୋଇପଡିଥିଲା. ଯେଉଁଥିପାଇଁ ତାକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଗଲା ଏବଂ ମେଡିକାଲରେ ନାବାଳିକା ଗର୍ଭରୁ ଜନ୍ମ ନେଇଥିଲା ଏକ ଶିଶୁ ପୁତ୍ର. ଅବସ୍ଥା ଗୁରୁତର ହେବାରୁ ପରବର୍ତ୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାକୁ ଭର୍ତ୍ତି କରାଗଲା. ମାତ୍ର ସେଠାରେ ନବଜାତ ଶିଶୁଟି ଆଖି ବୁଜିଥିଲା. ଏ ସଂକ୍ରାନ୍ତରେ ପୋଲିସକୁ ଖବର ମିଳିବା ପରେ ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି.

LEAVE A REPLY

Please enter your comment!
Please enter your name here