ସୋସିଆଲ୍ ମିଡିଆରେ ପୁଣି ବିଜେଡ଼ିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର। ମହାଭାରତର ଉଦାହରଣ ଦେଇ ଏହାକୁ ଅନୁପ୍ରେରଣା ଭାବେ ବ୍ୟବହାର କରି ଶ୍ରୀମୟୀ କହିଛନ୍ତି,ଅଧର୍ମକୁ କେବଳ ମୁକ ହୋଇ ଚାହିଁ ରହିଲେ ଅନ୍ତ ଅତ୍ୟନ୍ତ ଦୁଃଖଦ ହୋଇଥାଏ। ସେହିପରି, ଭୀଷ୍ମ, କର୍ଣ୍ଣ କିମ୍ବା ଦ୍ରୋଣଙ୍କ ମଧ୍ୟ ଦୁଃଖଦ ଅନ୍ତ ହୋଇଥିଲା। ଏହାର ମାଧ୍ୟମରେ ଶ୍ରୀମୟୀ ବିଜେଡିର କିଛି ବଡ଼ ନେତାଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଶ୍ରୀମୟୀ ମିଶ୍ର କିଛି ଦିନ ପୁର୍ବରୁ ସୋସିଆଲ ମିଡିଆ ପୋଷ୍ଟରେ ପରୋକ୍ଷରେ ସନ୍ନ୍ୟାସୀ କହି ପାଣ୍ଡିଆନକୁ କଟାକ୍ଷ କରିଥିଲେ । ଏହା ପରେ ପରେ ନିଜ ଫେସବୁକରେ ପୋଷ୍ଟ କରି ଶ୍ରୀମୟୀ ଲେଖିଥିଲେ ଯେ, କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ । ଦଳ ପାଇଁ ଭଣ୍ଡସନ୍ନ୍ୟାସୀ ନୁହଁ ଶୁଭଙ୍କର, ଭାରି ଭୟଂକର ! କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ ବୁଝିଯିବେ । ଶ୍ରୀମୟୀଙ୍କ ଏହି ପୋଷ୍ଟ ପରେ ରାଜ୍ଯ ରାଜନୀତିରେ ବେଶ୍ ଚର୍ଚ୍ଚା ବଢିଥିଲା।














