5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ପୁଣି ଆକ୍ଷେପ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ବିଜେଡିର ରାଜନୈତିକ ସାଙ୍ଗଠନିକ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ଜଣେ ନିମ୍ନ ଅଧସ୍ତନ ଅଧିକାରୀ କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଆଡେ ଗଲେ ଏବଂ ତାଙ୍କ ଦେହ ଖରାପ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଲୋକେ ନିର୍ବାଚିତ ପ୍ରତିନିଧିଙ୍କୁ ଭୋଟ ଦେଇଛନ୍ତି ଏବଂ ଅଭାବ, ଅସୁବିଧା ସଂପର୍କରେ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନ କରିବାର ଅଧିକାର ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନୁହେଁ ବୋଲି ସେ କହିଛନ୍ତି । ଦଳୀୟ କର୍ମୀଙ୍କୁ ଜଣେ ଅଧସ୍ତନ ଅଧିକାରୀ ଉଦବୋଧନ ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଏକ ଦଳୀୟ ସମାବେଶରେ ଉଦବୋଧନ ଦେବା ବେଳେ ସାଂସଦ ଅପରାଜିତା 5ଟି ସଚିବ ପାଣ୍ଡିୟାନଙ୍କ ଉପରେ ବର୍ଷିଛନ୍ତି ।
ଅପରାଜିତା ପ୍ରଶ୍ନ କରିଛନ୍ତି, ନବୀନ ପଟ୍ଟନାୟକ ଅସୁସ୍ଥ ନା ଗୃହବନ୍ଦୀ । ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ନ ହୋଇଥିଲେ ଜଣେ ଅଧସ୍ତନ ଅଧିକାରୀ ରାଜ୍ୟ ସାରା ବୁଲି ବୁଲି ସମାବେଶ କରୁ ନ ଥାନ୍ତେ ବୋଲି କହିଛନ୍ତି । ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇଥିବା ବେଳେ କଣ ପାଇଁ ସଚିବଙ୍କୁ ପ୍ରଶ୍ନ କରିବେ ବୋଲି ସେ କହିଛନ୍ତି । ସଚିବଙ୍କ ଜିଲ୍ଲା ଗସ୍ତ ସଭା ପାଇଁ ମନ୍ତ୍ରୀ ବିଧାୟକମାନେ ଲୋକ ଯୋଗାଡ କରିବା ଏବଂ 5ଟି ସଚିବଙ୍କ ଆଚରଣରୁ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ସେ କହିଛନ୍ତି । ଆମକୁ ରିମୋର୍ଟ କଣ୍ଟ୍ରୋଲ କି ପ୍ରକ୍ସି ସରକାର ଦରକାର ନାହିଁ ବୋଲି କହିଛନ୍ତି ଅପରାଜିତା । ଏପରିକି ଯଦି ଅସୁସ୍ଥ ରହୁଛନ୍ତି, ମୁଖ୍ୟମନ୍ତ୍ରୀ ଗାଦି ଛାଡନ୍ତୁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here