stop violence children and abuse in family concept

କେତେବେଳେ କାଁ ଭା ଆଉ ଦୁଷ୍କର୍ମ ହେଉନି I ଦୁଷ୍କର୍ମ ଘଟଣା ଆମର ଯେମିତି ଦେହସୁଆ ହୋଇଗଲାଣି I ଜାନୁଆରୀ 4 ତାରିଖ, ଆଜି ଗୋଟିଏ ଦିନରେ କେତେ ଦୁଷ୍କର୍ମ ହେଇଛି ତାର ରିପୋର୍ଟ ଆମ କାହା ପାଖରେ ନାହିଁ I ମାତ୍ର ଯେତୋଟି ଘଟଣା ଥାନାକୁ ଆସିଛି ଏବଂ ଗଣମାଧ୍ୟମକୁ ଆସିଛି, ତାର ସଂଖ୍ୟା କିଛି କମ୍ ନୁହେଁ I ମାଲକାନଗିରି ବଣ୍ଡାଘାଟିରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ମୁଦୁଲିପଡା ଥାନା ପୋଲିସ ଜଣଙ୍କୁ ଗିରଫ କରିଛି I କେନ୍ଦୁଝର ଝୁମ୍ପୁରା ଥାନା ଅଂଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି I ଗଣଦୁଷ୍କର୍ମ ପରେ ପୀଡିତାଙ୍କୁ ବାଇକରେ ନେଇ ଯାଉଥିବା ବେଳେ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ପୀଡିତାଙ୍କୁ ଛାଡି ଦୁଇ ଅଭିଯୁକ୍ତ ଚଂପଟ ମାରିଛନ୍ତି I ବଳଙ୍ଗା ଥାନା ଏଏସଆଇଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି I

LEAVE A REPLY

Please enter your comment!
Please enter your name here