ଏଥର ଭିଜିବ ଦଶହରା । ବଙ୍ଗୋପ ସାଗରରେ ପୁଣି ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଦଶହରାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୁଳବର୍ତ୍ତୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ପୁଣି ଦ୍ୱିତୀୟ ସପ୍ତାହ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୨୯ରୁ ୪ ତାରିଖ ମଧ୍ୟରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ କୋରାପୁଟ, ଗଞ୍ଜାମ, ଗଜପତି ,ରାୟଗଡା, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ୟେଲୋ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ତିନିଦିନ ପର୍ଯ୍ୟନ୍ତ ସକାଳେ ଖରା ଅପରାହ୍ନରେ ବିଜୁଳି ଘଡଘଡି ସହିତ ବର୍ଷା ହେବ । ଉପକୂଳ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶା ପ୍ରଭାବିତ ହେବ । ତାପମାତ୍ରା ବୃଦ୍ଧି ସହିତ ବାୟୁମଣ୍ଡଳରେ ଆର୍ଦ୍ରତା ବଢିବ ।

LEAVE A REPLY

Please enter your comment!
Please enter your name here