ହାଇକୋର୍ଟ ବାର ସାଧାରଣ ପରିଷଦରୁ ୩ ଓକିଲ ବହିଷ୍କୃତ  । ଅଇନଜୀବୀ ଅସୀମ ଅମିତାଭ ଦାସ, ମିଲନ କାନଗୋ ବହିଷ୍କୃତ ହୋଇଥିବା ବେଳେ ଆଇନଜୀବୀ ବଂଶୀଧର ଶତପଥୀଙ୍କୁ ମଧ୍ୟ ବହିଷ୍କୃତ କରାଯାଇଛି । ଏଥି ସହିତ ଆଇନଜୀବୀ ଟହଲି ଚରଣ ମହାନ୍ତିଙ୍କୁ କରାଣ ଦର୍ଶାଅ ନୋଟିସ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ହାଇକୋର୍ଟ ବାର ଆସୋସିଏସନ ସଂପାଦକ ସତ୍ୟବ୍ରତ ମହାନ୍ତି ।

ଅନ୍ୟପଟେ ଚାଲୁ ରହିବ ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଆସନ୍ତା ୯ ଯାଏ ଏହି ଆନ୍ଦୋଳନକୁ ଚାଲୁ ରଖିବା ନେଇ ହାଇକୋର୍ଟ ଓକିଲ ସଙ୍ଘ ନିଷ୍ପତି ନେଇଛି । ସେହିଦିନ କୋର୍ଟରେ ମାମଲାର ଶୁଣାଣି ଥିବାରୁ ସେଯାଏଁ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଜାରି ରହିବ ବୋଲି ସୂଚନା ମିଳିଛି ।
ସୁଚନାଅନୁସାରେ ଗତ ଅଗଷ୍ଟ ୨୮ରେ ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ କଟକର ନୂଆବଜାର ଠାରେ ପୁଲିସର ମାଡ଼ ମାରିବା ଘଟଣା ନେଇ ହାଇକୋର୍ଟରେ ନ୍ୟାସଲିଷ୍ଟ ଲୋୟର ଫୋରମ, କଟକ ବାର ଆସୋସିଏସନ ଏବଂ ଆଇନଜୀବୀ ଅନ୍ତର୍ଜାମୀ ସ୍ୱାଇଁଙ୍କ ପକ୍ଷରୁ ୩ଟି ଭିନ୍ନ ଭିନ୍ନ ଜନହିତ ମାମଲା ଦାୟର ହୋଇଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍. ଜାଭେରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଶୁଣାଣୀରେ ରାୟ ପ୍ରକାଶ ପାଇଥିଲା ଯେ, କାର୍ଯ୍ୟରତ ବିଚାରପତି ଜଷ୍ଟିସ ସିଆର ଦାଶଙ୍କ ନେତୃତ୍ୱରେ ଏହି ମାମଲାର ତଦନ୍ତ ନଭେମ୍ବର ୫ ରୁ ୯ ମଧ୍ୟରେ ହେବ। ତତନ୍ତକାରୀ ଅଧିକାରୀ ପ୍ରତିଦିନ କାର୍ଯ୍ୟରତ ବିଚାରପତିଙ୍କୁ ରିପୋର୍ଟ ଦାଖଲ କରିବେ। ଶେଷରେ ନଭେମ୍ବର ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

LEAVE A REPLY

Please enter your comment!
Please enter your name here