ଲୋକସଭା ନିର୍ବାଚନ ସମୟରେ ହଳଦିଆ ଶାଢ଼ି ପିନ୍ଧା ପୋଲିଂ ଅଫିସର୍‌ଙ୍କ କଥା ଆପଣଙ୍କର ମନେ ଥିବ ନିଶ୍ଚୟ । ତାଙ୍କର ମର୍ଡନ ବେଶପୋଷାକ ପାଇଁ ନିର୍ବାଚନ ସମୟରେ ସେ ବହୁତ ଚର୍ଚ୍ଚାକୁ ଆସିଥିଲେ। ରୀନା ଦ୍ୱିବେଦି ନାମ୍ନୀ ଏହି ମହିଳାଙ୍କ ହଳଦିଆ ଶାଢ଼ି ପିନ୍ଧା ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଏବେ ପୁଣି ଥରେ ରିନା ଚର୍ଚ୍ଚାକୁ ଆସିଛନ୍ତି। କାରଣ ଏବେ ତାଙ୍କର ଏକ ଟିକ୍‌ଟକ୍‌ ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓକୁ ସେ ନିଜେ ସୋସିଆଲ ମିଡିଆରେ ଶେଆର୍‌ କରିଛନ୍ତି। ହଳଦିଆ ଡ୍ରେସ୍‌ରେ ତାଙ୍କ ଠୁମ୍‌କା ଫ୍ୟାନ୍‌ମାନଙ୍କୁ ଖୁବ୍‌ ପସନ୍ଦ ଆସିଛି। ଆଗରୁ ସେଲିବ୍ରିଟି ହୋଇଥିବା ରୀନା ଏବେ ଆହୁରି ଫେମସ୍‌ ହୋଇଯାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ମୋ ବିଷୟରେ ଚର୍ଚ୍ଚା ପାଇଁ ମୋ ପରିବାର ବହୁତ ଖୁସି। ବିଭିନ୍ନ ମିଡିଆ ଆସି ମୋର ସାକ୍ଷାତକାର ନେଉଛନ୍ତି। ଏବେ ମୋତେ ଏହି ସବୁ ଭଲ ଲାଗୁଛି। ସୁଯୋଗ ମିଳିଲେ ଟେଲିଭିଜନ୍‌ର ଲୋକପ୍ରିୟ ଶୋ’ ବିଗ୍‌ବସ୍‌ରେ ଆସିବାକୁ ଚାହିଁବେ ବୋଲି ସେ କହିଥିଲେ।
ଏଠାରେ ଆମେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ, ୨୦୦୪ରେ ପୂର୍ତ୍ତ ବିଭାଗରେ କାମ କରୁଥିବା ସଞ୍ଜୟ ଦ୍ୱିବେଦୀଙ୍କ ସହ ତାଙ୍କର ବିବାହ ହୋଇଥିଲା। କିନ୍ତୁ ୨୦୧୩ରେ ସଞ୍ଜୟଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ସ୍ୱାମୀଙ୍କ ଜାଗାରେ ରୀନାଙ୍କୁ ଚାକିରୀ ମିଳିଥିଲା।

LEAVE A REPLY

Please enter your comment!
Please enter your name here