ପଞ୍ଜାବ ନାସନାଲ ବ୍ୟାଙ୍କ ଘୋଟାଲର ମୁଖ୍ୟ ଆରୋପୀ ମେହୁଲ ଚୌକସି ଖୁବ ଶୀଘ୍ର ଭାରତ ଫେରିବ । ଚୌକସି ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲା ଏବଂ ତାଙ୍କ ପାଖରେ ଆଣ୍ଟିଗୁଆର ନାଗରିକତ୍ୱ ଥିଲା । ଭାରତ ସରକାର ମେହୁଲଙ୍କ ପ୍ରତ୍ୟାବର୍ତନ ପାଇଁ ଆଣ୍ଟିଗୁଆ ସରକାରଙ୍କୁ କହିଥିଲେ । ଦିର୍ଘଦିନ ଧରି ଭାରତ ସରକାର ଆଣ୍ଟିଗୁଆ ସରକାର ଉପରେ ମେହୁଲ ଚୌକସିକୁ ଫେରାଇବା ପାଇଁ ଚାପ ପକାଉଥିଲେ । ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରିଛନ୍ତି କୌଣସି ଅପରାଧୀଙ୍କୁ ତାଙ୍କ ଦେଶରେ ପ୍ରସୟ ଦିଆଯିବନି । ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀଙ୍କ ସୂଚନା ପରେ ମେହୁଲ ଚୌକସି ଭାରତ ଫେରିବା ନେଇ ଆଶା ଉଜ୍ଜିବିତ ହୋଇଛି । ଏଠାରେ ସୂଚନାଯୋଗ୍ୟ ପଞ୍ଜାବ ନ୍ୟସନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ନେଇ ମେହୁଲ ଚୌକସି ଓ ହୀରା ବ୍ୟବସାୟୀ ନିରବ ମୋଦି ଫେରାର ହୋଯାଇଥିଲେ ।

LEAVE A REPLY

Please enter your comment!
Please enter your name here