ରାୟଗଡା ଜିଲ୍ଲାରେ ଜଣେ ମିଲିସିଆକୁ ଗିରଫ କରିଛି ପୋଲିସ. ଗିରଫ ହୋଇଥିବା ମିଲିସିଆ ଜଣଙ୍କ ହେଉଛି ଟିକିରି ଥାନା ଅନ୍ତର୍ଗତ ନିଶିଖାଲ ଗାଁର ଶ୍ରୀରାମ ସୁନା. ସୂଚନା ଅନୁସାରେ, 2017 ମସିହାରେ ନକ୍ସଲ ପ୍ରବଣ ପାର୍ସାଲି ଓ ଗୁମ୍ମା ମଧ୍ୟରେ ରାସ୍ତା କାମ ଚାଲିଥିଲା. ସେହି ସମୟରେ ମାଓବାଦୀ ମାନେ ତୁମୁଳ କାଣ୍ଡ ରଚାଇ କଣ୍ଟ୍ରାକ୍ଟର ଦୀନବନ୍ଧୁ ଚୌଧୁରୀଙ୍କ ଜେସିବି ଓ ଟ୍ରାକ୍ଟର ଜାଳିଦେଇଥିଲେ. ଉକ୍ତ ଘଟଣାକୁ ନେଇ କଲ୍ୟାଣସିଂହପୁର ଥାନାରେଏକ  ମାମଲା ମଧ୍ୟ ରୁଜୁ ହୋଇଥିଲା. ପରେ ଏହି ମାମଲାରେ ଅଭିଯୁକ୍ତ ଶ୍ରୀରାମ ସୁନାର ହାତ ଥିବା ସନ୍ଦେହ କରିଥିଲା ପୋଲିସ. ଏହାର ତଦନ୍ତ ମଧ୍ୟ ପୋଲିସ ଜାରି ରଖିଥିଲା. ଶନିବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି.

LEAVE A REPLY

Please enter your comment!
Please enter your name here