ପରକୀୟା ପ୍ରୀତିକୁ ନେଇ ତୁମୁଳକାଣ୍ଡ. ପରକୀୟା ପ୍ରୀତି ପାଇଁ ଖୁଣ୍ଟରେ ବନ୍ଧା ହୋଇ ଛେଚା ଖାଇଲେ ଜଣେ ବିବାହିତା ମହିଳା ଓ ଯୁବକ. ଏହି ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମପିଭି-47 ଗାଁରେ. ଖବର ଅନୁସାରେ, ଏମପିଭି-82 ଗାଁର ବିବାହିତ ଯୁବକ ପବିତ୍ର ମଣ୍ଡଲ ଏମପିଭି-47 ଗାଁକୁ ଯିବା ଆସିବା କରୁଥିଲେ. ତାହା ଭିତରେ ଏମପିଭି-47 ଗାଁର ଜଣେ ବିବାହିତା ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା. କିଛି ଦିନ ଚୋରା ପୀରତି ପରେ ଗତକାଲି ସେମାନଙ୍କୁ ଅସଂଯତ ଅବସ୍ଥାରେ ଗାଁ ଲୋକେ ଦେଖିବାକୁ ପାଇଥିଲେ. ପରେ କିଛି ବିଚାର ନ କରି ସେମାନଙ୍କୁ ଗାଁ ମଝିକୁ ନେଇ ଖୁଣ୍ଟରେ ବାନ୍ଧି ପିଟିଥିଲେ. ଏ ନେଇ ଥାନାରେ କୌଣସି ଏତଲା ଦିଆଯାଇନଥିବା ବେଳେ ପୋଲିସ ନିଜ ଆଜୁ ମାମଲା ରୁଜୁ କରିବ ବୋଲି ସୂଚନା ମିଳିଛି. ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି.

 

LEAVE A REPLY

Please enter your comment!
Please enter your name here