ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଆଜି ବ୍ରହ୍ମପୁର ଜେଏମ୍‌ଏଫ୍‌ସି ଗ୍ରାମାଞ୍ଚଳ କୋର୍ଟରେ ହାଜର କରାଯାଇଛି । ଶଙ୍କରଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ତଥା ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସିଲିକନ ଟେକ୍‌ କମ୍ପାନୀର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକଙ୍କୁ ମଧ୍ୟ ହାଜର କରାଯାଇଛି। ନିଯୁକ୍ତି ଦୁର୍ନୀତିରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କରଙ୍କୁ ପୁଲିସ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ଡିଏସ୍‌ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍‌ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ । ଶଙ୍କର ଗିରଫ ହେବା ପରେ ଏହି ଦୁର୍ନୀତିରେ ପ୍ରାୟ ୧ ହଜାର କୋଟି ଟଙ୍କାର ଡିଲ୍‌ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଅଧିକ ଜେରା କରାଗଲେ ଏହି ମାମଲାରେ ଆହୁରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବ ।

LEAVE A REPLY

Please enter your comment!
Please enter your name here