ପୁରୀ ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା । ମାତ୍ର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ରବିବାର ସଂଧ୍ୟାରେ ବାଂଲାଦେଶୀ ମୁସଲମାନ ଶ୍ରୀମନ୍ଦିର ମଧ୍ୟକୁ ସିଂହଦ୍ବାର ଦେଇ ପ୍ରବେଶ କରିଥିଲେ । ଚାରିଜଣ ବାଂଲାଦେଶୀ ମୁସଲମାନ ନାଗରିକ ଶ୍ରମନ୍ଦିର ଭିତରକୁ ପ୍ରବେଶ କରିବା ପରେ ବେଢା ଭିତରେ କାଳିଆ ଦର୍ଶନ ବି କରିଥିଲେ । ଦିଅଁ ଦର୍ଶନ କରି ଆନନ୍ଦ ବଜାରରେ ଅବଢା ଖାଇ ଫେରୁଥିବା ବେଳେ ସେବାୟତଙ୍କ ନଜରରେ ପଡିଥିଲେ । ସେମାନଙ୍କୁ ସିଂହଦ୍ବାର ଥାନାକୁ ନେଇ ପଚରାଉଚରା କରିବା ପରେ ସେମାନଙ୍କ ସହ ଆସି ନବନିର୍ମିତ ପରିକ୍ରମା ପ୍ରକଳ୍ପ ବୁଲୁଥିବା ଆଉ ପାଞ୍ଚଜଣଙ୍କୁ ବି ପୋଲିସ ଧରିଥିଲା । ତେବେ 9 ଜଣ ଅଣହିନ୍ଦୁ ବାଂଲାଦେଶରୁ ପୁରୀ ଆସି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିଛି । କିପରି ସିଂହଦ୍ବାର ଦେଇ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ, ତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ ଓ ଶ୍ରୀଜଗନ୍ନାଥ ଭକ୍ତ । ସେମାନଙ୍କ ଆସିବା ପଛରେ କି କାରଣ ରହିଛି, ଶ୍ରୀମନ୍ଦିର ଭିତରକୁ କାହିଁକି ପ୍ରବେଶ କରିଥିଲେ, ତାକୁ ନେଇ ପୋଲିସ ତନାଘନା କରୁଥିବା ବେଳେ ଆସନ୍ତାକାଲିଠୁ ପ୍ରଶାସନ ବିଭିନ୍ନ ଚେକିଂ ପଏଣ୍ଟରେ ଅଣହିନ୍ଦୁଙ୍କ ପ୍ରବେଶ କଟକଣା ସାଇନବୋର୍ଡ ଲେଖାଇବାକୁ ସ୍ଥିର କରିଛନ୍ତି ।

LEAVE A REPLY

Please enter your comment!
Please enter your name here