UPSC ଆଜି ସିଭିଲ୍ ସର୍ଭିସେସ୍ ୨୦୨୫ ପରୀକ୍ଷାର ଫାଇନାଲ୍ ରେଜଲ୍ଟ ଘୋଷଣା କରିଛି। ଅନୁଜ ଅଗ୍ନିହୋତ୍ରୀ ଏହି ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରି ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ଅନୁଜ ଅଗ୍ନିହୋତ୍ରୀ ୧ ନମ୍ବର ରାଙ୍କ ହାସଲ କରିଛନ୍ତି, ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ, ତୃତୀୟ ସ୍ଥାନରେ  ଅକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ଜ୍ବଳ ପ୍ରିୟଙ୍କ ରହିଛନ୍ତି । ଚଳିତଥର ମୋଟ ୯୫୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହାର ପ୍ରିଲିମ୍ସ ପରୀକ୍ଷା ୨୫ ମେ ୨୦୨୫ରେ ଅନୁଷ୍ଠିତ ହୋଇଥିଲା। ମେନ୍ ପରୀକ୍ଷା ୨୨ ଅଗଷ୍ଟ ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଏବେ ଅଫିସିଆଲ୍ ୱେବସାଇଟ୍, ଅର୍ଥାତ୍ upsc.gov.inରେ ମେରିଟ୍ ଲିଷ୍ଟ ଯାଞ୍ଚ କରିପାରିବେ । ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ବିଶ୍ୱର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।

LEAVE A REPLY

Please enter your comment!
Please enter your name here