ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନାଜନିତ ମୃତ୍ୟୁସଂଖ୍ୟା 21କୁ ବୃଦ୍ଧି ପାଇଛି I ଆଜି କରୋନାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି I ଗଞ୍ଜାମର ଜଣେ 75 ବର୍ଷିୀୟ ପୁରୁଷ, କଟକର ଜଣେ 65 ବର୍ଷୀୟ ଏବଂ ଭୁବନେଶ୍ବରର ଜଣେ 73 ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି I ଆଜି ରାଜ୍ୟରେ 264 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 73 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6614ରେ ପହଞ୍ଚିଥିବା ବେଳେ ଏପର୍ଯ଼୍ୟନ୍ତ କରୋନା ସଂକ୍ରମଣରେ 21 ଜଣଙ୍କର ମୃତ୍ୟୁ ହେଲାଣି I
ସେପଟେ ଆଜି ରାଜ୍ୟରେ ଆଉ ୨୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ କରୋନା ପଜିଟିଙ୍କ ମଧ୍ୟରୁ ୨୩୪ କ୍ୱାରେଣ୍ଟିନର ଏବଂ ଲୋକାଲ କେସ୍ ୩୦ଟି ରହିଛି । ଏଥିସହିତ ମୋଟ୍ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୬୬୧୪ରେ ପହଁଞ୍ଚିଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୬୦୬ ଏବଂ ଆକ୍ଟିଭ୍ କେସ୍ ରହିଛି ୧୯୮୦ । ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ୪୧, କେନ୍ଦୁଝରରୁ ୨୫ ଏବଂ ଝାରସୁଗୁଡା ଓ ବରଗଡ ଜିଲ୍ଲାରୁ ୧୮ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଏବଂ ମୟୂରଭଞ୍ଜରୁ ୧୫ ଲେଖାଏଁ ପଜିଟିଭ ବାହାରିଛନ୍ତି । ବାଲେଶ୍ୱର ଓ କଟକରୁ ୧୨ ଲେଖାଏଁ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ସେହପରି ପୁରୀରୁ ୭ ଜଣ , ସୁନ୍ଦରଗଡ, ଜଗତସିଂହପୁର ଏବଂ ଅନୁଗୁଳରୁ ୪ ଜଣ ଲେଖାଏଁ ସଙ୍କ୍ରମିତ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ମାଲକାନଗିରି , ନୟାଗଡ ଏବଂ ବଲାଙ୍ଗୀରରୁ ୨ ଜଣ ଲେଖାଏଁ, ଭଦ୍ରକ , କନ୍ଧମାଳ , ନୂଆପଡା, ଗଜପତି, କଳାହାଣ୍ଡି. ସମ୍ବଲପୁର ଏବଂ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here