ପେଟ୍ରୋଲ ଦାମ୍ ରୁ ରକ୍ଷା ପାଇବା ପାଇଁ ଏବେ ଲୋକମାନେ ବାଛୁଛନ୍ତି ନିଜ ପ୍ରିୟ କମ୍ପାନୀର ବିଦ୍ୟୁତଚାଳିତ ଗାଡି । କେଉଁ ବିଦ୍ୟୁତ୍‌ଚାଳିତ ଗାଡିର ଦାମ କେତେ , ଫିଚର କାହାର କଣ ରହିଛି ସେ ସବୁକୁ ଦେଖି ଗାଡି କିଣୁଛନ୍ତି ଗ୍ରାହକ । ଭାରତରେ ଏବେ ବିଦ୍ୟୁତ ଚାଳିତ ଗାଡିର ଚାହିଦା ବି ବେଶ୍ ରହିଛି । ସେ ଇଲେକ୍ଟ୍ରିକ କାର୍ ହେଉ କିମ୍ବା ସ୍କୁଟର । ଓଲା ଏବଂ ବାଜାଜ କମ୍ପାନୀ ଟକ୍କର ଦେବା ପାଇଁ ଏବେ ମାର୍କେଟକୁ ଆସିଛି ବାଜ୍ କମ୍ପାନୀ । ବାଜ ସ୍କୁଟରର ଦାମ୍ ଲୋକଙ୍କୁ ଆକର୍ଷଣ କରୁଛି । ଏହାର ମୂଲ୍ୟ ମାତ୍ର ୩୫ ହଜାର ଟଙ୍କା ରହିଛି । ଆଇଆଇଟି ଦିଲ୍ଲୀ ସ୍ଥିତ ଇଲେକ୍ଟ୍ରିକସ୍ ମୋବିଲିଟି ଷ୍ଟାଟଅପ୍ କମ୍ପାନୀ ବାଜ୍ ବାଇକ୍ସ ତରଫରୁ ବଜାରରେ ଜୋରଦାର ପ୍ରବେଶ ହୋଇଛି । କମ୍ପାନୀ ତରଫରୁ ନୂଆ ଇଲେକ୍ଟ୍ରିକ୍ ସ୍କୁଟର ବାଜ୍ ଲଂଚ କରାଯାଇଛି । ଏହି ସ୍କୁଟରରେ ବ୍ୟାଟେରୀ ସ୍ୱାଇପିଂର ସୁବିଧା ରହିଛି । ଏଥିରେ ଜଣେ ଗ୍ରାହକ ଏକାଥରକେ ୯ ଟି ବ୍ୟାଟେରୀ ଫିକ୍ସ କରିପାରିବ ।
କମ୍ପାନୀ ତରଫରୁ କୁହାଯାଇଛି ଯେ ସ୍ୱାଇପିଂ ଷ୍ଟେସନରେ ବ୍ୟାଟେରୀ ବଦଳାଇ କେହି ବି ଦୀର୍ଘ ଦୂରତା ରାସ୍ତା ଯାଇପାରିବ । ଏହି ସ୍ୱାଇପିଂ ଷ୍ଟେସନ ଭିନ୍ନ ଭିନ୍ନ ପାଗକୁ ନଜରରେ ରଖି ଡିଜାଇନ କରାଯାଇଛି । ଏହି ସ୍କୁଟରକୁ ଆପଣ ସର୍ବାଧିକ ୨୫ କିଲୋମିଟର ଘଂଟାପ୍ରତି ବେଗରେ ଚଳାଇ ପାରିବେ ।

LEAVE A REPLY

Please enter your comment!
Please enter your name here