ଟେକ୍ ଜିଆଣ୍ଟ ଗୁଗୁଲ ତାର ସୋସିଆଲ୍ ନେଟୱାର୍କିଂ ସାଇଟ ଗୁଗୁଲ ପ୍ଲସ୍‌ କୁ ବନ୍ଦ କରିବା ପାଇଁ  ନିଷ୍ପତି ନେଇଛି.  ସୋମବାର ଦିନ ବେନ୍ ସ୍ମିଥ୍, ଗୁଗୁଲ ଫେଲୋ ଓ ଅନ୍ୟ ଇଞ୍ଜିନିୟରଙ୍କ ଉପାଧ୍ୟକ୍ଷ ଏ ବିଷୟରେ ଏହାର ବ୍ଲଗ ପୋଷ୍ଟରେ କହିଛନ୍ତି  ଯେ, ଭାରତ-ଆମେରିକା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ଯେ ଏହି ବଗ୍‌ ଦ୍ୱାରା କେତେଜଣ ବ୍ୟବହାରକାରୀ ପ୍ରଭାବିତ ହୋଇଛନ୍ତି. ପାଖାପାଖି 2 ସପ୍ତାହ ବିଶ୍ଲେଷଣ କରିବା ପରେ 500,000 ଜଣ ପ୍ରଭାବିତ ହୋଇଥିବା ଜଣାପଡିଛି. ତେବେ ଏ ଯାବତ୍  କୌଣସି ବ୍ୟବହାରକାରୀଙ୍କ ତଥ୍ୟର ଦୂରୋପଯୋଗ ହୋଇନାହିଁ. ସୂଚନାଯୋଗ୍ୟ, ସାଇଟ୍‌ରେ ଥିବା ବଗ୍‌କୁ ଗତ ମାର୍ଚ୍ଚ ମାସରେ ବାହାର କରାଯାଇ ତା’ର ମରାମତି କରାଯାଇଥିଲା.

LEAVE A REPLY

Please enter your comment!
Please enter your name here