ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା ହୋଇଛି ପରିବର୍ତ୍ତନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନର ଶୁଭ ଉଦଘାଟନ କରିଛନ୍ତି । ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ସହିତ କ୍ୟାବିନେଟ ସଚିବାଳୟ ରହିଛି ।ସେବା ତୀର୍ଥ ସହ “କର୍ତ୍ତବ୍ୟ ଭବନ ୧” ଏବଂ “କର୍ତ୍ତବ୍ୟ ଭବନ ୨” ଉଦଘାଟିତ ହୋଇଛି । ସେହିପରି କର୍ତ୍ତବ୍ୟ ଭବନ-୧ ଏବଂ କର୍ତ୍ତବ୍ୟ ଭବନ-୨ ରେ ଅର୍ଥ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କର୍ପୋରେଟ୍ ବ୍ୟାପାର, ଶିକ୍ଷା, ସଂସ୍କୃତି, ଆଇନ ଓ ନ୍ୟାୟ, ସୂଚନା ଓ ପ୍ରସାରଣ, କୃଷି ଓ କୃଷକ କଲ୍ୟାଣ , ରସାୟନ ଓ ସାର ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ରହିଛି । ଉଭୟ ଭବନରେ ଡିଜିଟାଲ ସୁବିଧା ମଧ୍ୟ କରାଯାଇଛି । ସହଯୋଗ, ଦକ୍ଷତା, ସୁଗମ ଶାସନ, ଉନ୍ନତ ନାଗରିକ ସମ୍ପର୍କ ଏବଂ କର୍ମଚାରୀ କଲ୍ୟାଣକୁ ପ୍ରୋତ୍ସାହିତ କରିବା ସହ ୪-ଷ୍ଟାର GRIHA ମାନଦଣ୍ଡ ଅନୁଯାୟୀ ଡିଜାଇନ୍ କରାଯାଇଥିବା ଏହି କମ୍ପ୍ଲେକ୍ସଗୁଡ଼ିକରେ ନବୀକରଣୀୟ ଶକ୍ତି ବ୍ୟବସ୍ଥା, ଜଳ ସଂରକ୍ଷଣ ବ୍ୟବସ୍ଥା, ବର୍ଜ୍ୟ ପରିଚାଳନା ସମାଧାନ ଏବଂ ଉଚ୍ଚ-କାର୍ଯ୍ୟକ୍ଷମ କୋଠା ଅନ୍ତର୍ଭୁକ୍ତ କରାଯାଇଛି। କର୍ତ୍ତବ୍ୟ ଭବନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିବା ସହ ସ୍ମାର୍ଟ ପ୍ରବେଶ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here