ପୁଣି ବଢିବାକୁ ଆରମ୍ଭ କଲାଣି କରୋନା । ଗତ 24 ଘଣ୍ଟା ଭିତରେ ରାଜ୍ୟରେ 231 ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଲୋକାଲ 96 ଜଣ ଏବଂ କ୍ବାରେଣ୍ଟିନରୁ 135 ଜଣଙ୍କୁ ଚିହ୍ନଟ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 99 ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । କଟକରୁ 35 ଜଣ ଚିହ୍ନଟ ହୋଇଛନ୍ତି । 18 ରୁ କମ ବୟସର 30 ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଲଗାତର ଭାବେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏବେ ରାଜ୍ୟରେ 1035ଟି ଆକ୍ଟିଭ କେସ୍ ରହିଛି ।

LEAVE A REPLY

Please enter your comment!
Please enter your name here