ହାତରେ ମେହେନ୍ଦି, ଦେହରେ ହଳଦୀ ଲଗାଇ ଶୁଭମଙ୍କ ସହ ହଳଦୀ ରେସମ ପାଳିଛନ୍ତି ତପସ୍ୱିନୀ । ଛୋଟବେଳୁ ଦୃଷ୍ଟିଶକ୍ତି ହରାଇଥିବା ତପସ୍ୱିନୀ ଆରମ୍ଭ କରିଛନ୍ତି ସୁନାର ସଂସାର । ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୃଷ୍ଟିବାଧିତ ଝିଅ ତଥା ଓଏଏସ ତପସ୍ୱିନୀ ଦାସ । ତପସ୍ବିନୀ ଯାହାକୁ ଜୀବନସାଥୀ ରୂପେ ବାଛିଛନ୍ତି, ସେ ବି ଦୃଷ୍ଟିବାଧିତ । ନୂଆଦିଲ୍ଲୀରେ ବ୍ୟାଙ୍କ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ସେ । ଦୁହେଁ ଦୁହିଁଙ୍କୁ ଦେଖିପାରୁନାହାଁନ୍ତି ସତ, ହେଲେ ସାତ ଜନ୍ମର ସାଥୀ ହୋଇ ଆଗକୁ ଚାଲିବାକୁ ଦେଇଛନ୍ତି ପ୍ରତିଶ୍ରୁତିି ।

ଦିନେ ପ୍ରଥମ ପ୍ରୟାସରେ ଓଏଏସ ପାଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିଲେ ତପସ୍ବିନୀ । ଏବଂ ଚର୍ଚ୍ଚାର ପରିସରକୁ ଆସିଥିଲେ ତପସ୍ୱିନୀ ଦାସ । ତାଙ୍କ ସାହାସ ଆଉ ଜିତ୍ କୁ ସମସ୍ତେ ତାରିଫ୍ କରୁଥିଲେ । ଗତ ୧୯ ତାରିଖ ମଙ୍ଗଳବାର ଶୁଭମଙ୍କ ସହ ତପସ୍ୱିନୀଙ୍କର ପଡିଛି ହାତଗଣ୍ଠି । ଜଗତସିଂହପୁରର କୃଷ୍ଣପ୍ରିୟା ଓ ଅରୁଣ କୁମାରଙ୍କ ଏକମାତ୍ର ଝିଅ ତପସ୍ୱିନୀ ଦିଲ୍ଲୀର ବିନୀତା ଗୁପ୍ତା ଓ ଚନ୍ଦ୍ରଭୂଷମ ଗୁପ୍ତାଙ୍କ ଦୃଷ୍ଟିବାଧିତ ପୁତ୍ର ଶୁଭମଙ୍କୁ କରିଛନ୍ତି ଜୀବନସାଥୀ । ଦିଲ୍ଲୀରେ ଉଭୟଙ୍କର ପଡିଛି ହାତଗଣ୍ଠି । ଉଭୟଙ୍କର ଦୃଷ୍ଟିଶକ୍ତି ନ ଥିଲେ କଣ ହେବ, ପରସ୍ପର ହୃଦୟର ଭାଷାକୁ ଭଲ ଭାବରେ ବୁଝିଛନ୍ତି ।

LEAVE A REPLY

Please enter your comment!
Please enter your name here