ମାର୍ଚ୍ଚ 5 ତାରିଖ. ଓଡିଶାର ବରପୁତ୍ର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଛି ସାରା ଓଡିଶା. ବିଜୁ ପଟ୍ଟନାୟକଙ୍କ 103 ତମ ଜୟନ୍ତୀ ଅବସରରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ପାର୍କରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ଏହି କାର୍ଯ୍ୟକ୍ରମରେ ଦଳର ସାଂସଦ ଓ ବିଧାୟକମାନେ ସାମିଲ ହୋଇଥିଲେ.

ବିଧାନସଭା ପରିସରରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀତ୍ସୋବ ପାଳିତ ହୋଇଛି. ବାଚସ୍ପତି ପ୍ରଦୀପ ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ସ୍ମୃତିଚାରଣ କରିଥିଲେ.

ଏହି ଅବସରରେ ବିଜୁ ପଟ୍ଟନାୟକ ପାର୍କ ପାଖରୁ କଳିଙ୍ଗ ଷ୍ଟାଡିଅମ ପର୍ଯ୍ୟନ୍ତ ମାରାଥନ ଅନୁଷ୍ଠିତ ହୋଇଥିଲା. ବିଜୁ ପଟ୍ଟନାୟକଙ୍କ ସ୍ବପ୍ନ, ବିଜୁଙ୍କ ଦୁଃସାହସିକତାକୁ ମନେ ପକାଇ ହଜାର ହଜାର ଯୁବ ଛାତ୍ର ଏହି ମାରାଥନରେ ସାମିଲ ହୋଇଥିଲେ.

LEAVE A REPLY

Please enter your comment!
Please enter your name here