ଟିକେଟ କାଟିବାକୁ କାହାର ଦମ୍ ନାହିଁ । ପୁଅ ଓ ସାମ୍ବାଦିକତା ପାଇଁ ରାଜନୀତି ଛାଡୁଛି । ଏମିତି କହିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ. କାହା ଚାପରେ ରାଜନୀତି ଛାଡିବାର ନିଷ୍ପତ୍ତି ନେଇଛନ୍ତି କି ଉତ୍ତରରେ ତଥାଗତ କହିଛନ୍ତି, ମୋର ଗୋଟିଏ ଚାପ ହେଉଛି ପୁଅର ଚାପ । ପୁଅ କହିଲା ନିର୍ବାଚନ ଲଢନାହିଁ, ସାମ୍ବାଦିକତା କର ଓ ଘରେ ରୁହ । ଓଡିଶାରେ ନିରପେକ୍ଷ ଓ ନିର୍ଭିକ ସାମ୍ବାଦିକଙ୍କର ଅଭାବ ରହିଛି । ସମସ୍ତେ ମୁଣ୍ଡ ବିକି ଦେଇଛନ୍ତି । ମୁଁ ନିରପେକ୍ଷ ଓ ନିର୍ଭିକ ଖବର ପରିବେଶଣ କରିବାକୁ ଚେଷ୍ଟା କରିବି । ୩ ମାସ ହେବ ମୁଁ ଏହି କଥା କହୁଛି । ମନ ଦୁଃଖ ନାହିଁ,ବରଂ ମୁଁ ଖୁସି ମନରେ କହୁଛି ଯେ ମୁଁ ରାଜନୀତି ଛାଡୁଛି । ମୁଁ କୌଣସି ଦଳରେ ମିଶିବି ନାହିଁ । ନବୀନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ତଥାଗତଙ୍କ ଏହି କଥା ଆଉ କିଛି ଆଭାସ ଦେଉଛି. ଗତକାଲି ଅନୁଗୁଳର ଏକ ସଭାରେ ସଂକେତ ଦେଇଥିଲେ ତଥାଗତ. ନିର୍ବାଚନରୁ ସେ ଦୂରେଇ ସାମ୍ବାଦିକତାକୁ ଗୁରୁତ୍ୱ ଦେବେ ଏବଂ ଏ ବିଷୟରେ ବହୁତ ଜଲଦି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି. ତେବେ ତଥାଗତଙ୍କ ଏଭଳି ନିଷ୍ପତ୍ତି ପଛରେ ଆଉ କିଛି ରାଜନୈତିକ କାରଣ ଥିବା ଚର୍ଚ୍ଚା ହେଉଛି. ଅଭିଜ୍ଞ ସାଂସଦ ତଥାଗତ ଶତପଥୀ ପୁଅ ଚାପରେ ରାଜନୀତିରୁ ସନ୍ନ୍ୟାସ ନେବା ପାଇଁ ଯେଉଁ କାରଣ କହୁଛନ୍ତି, ତାହା ସହଜରେ ହଜମ ହେଉନାହିଁ ।

LEAVE A REPLY

Please enter your comment!
Please enter your name here